ଲକ୍‌ଡାଉନରେ ସରକାର ହରାଇଛନ୍ତି ୩୧୫କୋଟି

ଭୁବନେଶ୍ୱର,୨୬।୩ (ବ୍ୟୁରୋ)- ରାଜ୍ୟରେ କରୋନା ମହାମାରୀ ଯୋଗୁ ୨୯,୪୯୨ଟି ଟ୍ରକ୍‌, ବସ, ଡମ୍ପର ଓ ଅନ୍ୟାନ୍ୟ ଯାନଗୁଡ଼ିକ ଚାଲିବା ବନ୍ଦ ରହିଥିଲା। ଏଥିଯୋଗୁ ୩୧୫କୋଟି ଟଙ୍କାର ମୋଟର ଯାନ ଟିକସ କ୍ଷତି ହୋଇଛି। ଆଗାମୀ ଆର୍ଥିକବର୍ଷ ପାଇଁ କେତେ ଆଦାୟ ଲକ୍ଷ୍ୟ ରଖାଯିବ ତାହା ଚଳିତ ଆର୍ଥିକବର୍ଷ ଶେଷରେ ଆଦାୟ ହୋଇଥିବା ରାଜସ୍ବକୁ ବିଚାରକୁ ନେଇ ସମ୍ପୃକ୍ତ କମିଟି ନିର୍ଦ୍ଧାରଣ କରିବେ। ସଦସ୍ୟ ସୁଧାଂଶୁ ଶେଖର ପରିଡ଼ାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳାଚଳ କରୁ ନ ଥିବା ଯାନବାହନ ମରାମତି ପାଇଁ କୌଣସି ସହାୟତା ଦିଆଯାଇ ନାହିଁ। ମହାମାରୀ ଯୋଗୁ ଚଳାଚଳ କରିପାରୁ ନ ଥିବା ଘରୋଇ ବସ୍‌ଗୁଡ଼ିକ ପାଇଁ ୨୦୨୦ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସରକାର ସମ୍ପୂର୍ଣ୍ଣ ଟିକସ ଛାଡ଼ କରିଛନ୍ତି। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଯଥାକ୍ରମେ ୭୫, ୫୦ ଓ ୨୫% ଟିକସ ଛାଡ କରାଯାଇଛି।

Share