Categories: ଜାତୀୟ

ପ୍ରଦୀପ କୁରୁଲକରଙ୍କୁ ସୁରକ୍ଷା ଦେବା ପାଇଁ ଦେଶଦ୍ରୋହ ଆଇନ ହଟାଇଛନ୍ତି ସରକାର!

ମୁମ୍ବାଇ,୧୨।୮: ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାଜପା ଓ ମୋଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ପୁଣେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଦେଶଦ୍ରୋହ ଲଗାଇନାହାନ୍ତି। ସେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ ଥିବା ସମସ୍ତ ଗୁପ୍ତ ତଥ୍ୟକୁ ପାକିସ୍ତାନକୁ ସୂଚନା ଦେଉଥିଲେ। କାରଣ ସେ ଆରଏସଏସର ଜଣେ କଟ୍ଟର କାର୍ଯ୍ୟକର୍ତ୍ତା। ତାଙ୍କୁ ବଞ୍ଚାଇବା ପାଇଁ ଆପଣ ଦେଶଦ୍ରୋହ ଆଇନକୁ ହଟାଇ ଦେଇଛନ୍ତି କି?

Share