ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ ୧୦ କିଲୋମିଟର ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି।

ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ସରକାର ୭୫୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି। ସେହିପରି ସାଧାରଣ ଲାଇଫ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ। ବୋଲେରୋ ଭଳି ମଧ୍ୟ ବର୍ଗର ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ। ସେହିଭଳି ଲାଇଫ୍‌ ସପୋର୍ଟ ଥିଲେ ୧୦ କିମିକୁ ୧୫୦୦ ଟଙ୍କା ନେବେ ବୋଲି ପରିବହନ ବିଭାଗ ପକ୍ଷରୁ ଦର ନିର୍ଦ୍ଧାରଣ ହୋଇଛି।

Share