ବଡ଼କୁ ଛାଡ଼ି ଛୋଟଙ୍କୁ ଧରୁଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୧ା୧(ବ୍ୟୁରୋ):୨୦ବର୍ଷ ଧରି ସରକାର ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି ା ଏବେ କେବଳ ବାହା ବାହା ନେବା ପାଇଁ ସମ୍ପତ୍ତି ତାଲିକା କଥା ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ା ପୂର୍ବରୁ ଗେଜେଟେଡ୍‌ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିବାର ବ୍ୟବସ୍ଥା ଅଛି ା ଏହା ବ୍ୟତୀତ ନିର୍ବାଚନ ଲଢ଼ିଥିବା ଏମ୍‌ପି ଓ ବିଧାୟକଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣରେ ରହିଛି ା ଏକଥା କିଛି ନୂଆ ନୁହେଁ ା କେବଳ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଏବଂ ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧିମାନେ ଏବେ ସମ୍ପତ୍ତି ତାଲିକା ଦେବେ। ମୁଖ୍ୟମନ୍ତ୍ରୀ ଯଦି ଦୁର୍ନୀତି ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ବଡ଼ଙ୍କୁ ଛାଡ଼ି କେବଳ ଛୋଟ ମାଛଙ୍କୁ କାହିଁକି ଧରୁଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ା ସେ କହିଛନ୍ତି, ସରକାରଙ୍କ ଦୁର୍ନୀତିକୁ ବନ୍ଦ କରିବା ପାଇଁ କୌଣସି ଆନ୍ତରିକତା ନାହିଁ। ସରକାର କେବଳ ଚୂନାମାଛ ଯଥା ଜେଇ, ଏଏନ୍‌ଏମ, ପିଇଓ, କିରାଣିଙ୍କ ଘରେ ରେଡ୍‌ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଆଉ ଏଇ ଛୋଟ କର୍ମଚାରୀମାନେ ଯାହାଙ୍କ ବଳରେ ଏତେ ଧନ କମେଇଛନ୍ତି ସେମାନଙ୍କୁ ଗିରଫ କରାଯାଉନାହିଁ କାହିଁକି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

Share