ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ; ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ହୋଇଛି।

ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍‌ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ। ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇଦିଆଯିବ। ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି।

ସେହିପରି ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍‌ ସ୍ପିରିଟ୍ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି...

ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ

ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍‌। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା...

Killers Of Pahalgam: ପହଲଗାମ ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କ ଫଟୋ ଜାରି

ଶ୍ରୀନଗର,୨୩।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଗତକାଲି ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି। ...

Pahalgam Terror Attack: ଆକ୍ରମଣ ନେଇ ପୂର୍ବରୁ ମିଳିଥିଲା ଆଲର୍ଟ! ହେଲେ ପରେ ପ୍ଲାନରେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image