Posted inଜାତୀୟ

ଚାଷୀଙ୍କ ଜୀବିକା ପ୍ରତି ସରକାର ଉଦାସୀନ

ନୂଆଦିଲ୍ଲୀ, ୨୪ା୬: କେନ୍ଦ୍ର ସରକାର ଗତ ୭ ତାରିଖରେ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ(ଆମଦାନୀ ଓ ରପ୍ତାନି) ବିଲ୍‌, ୨୦୨୩ ଆଣିଥିଲେ। ଏହା ପ୍ରଚଳିତ ପ୍ରାଣୀଧନ ଆମଦାନୀ(ସଂଶୋଧନ) ଆଇନ, ୨୦୦୧ ସ୍ଥାନରେ କାର୍ଯ୍ୟକାରୀ ହୋଇଥାନ୍ତା। ଏଥିପାଇଁ ଜନସାଧାରଣ ଏବଂ ଆମଦାନିକାରୀ ରପ୍ତାନିକାରୀମାନେ ୧୦ ଦିନ ମଧ୍ୟରେ ମତାମତ ରଖିବା ଲାଗି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ପ୍ରାଣୀ କଲ୍ୟାଣ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉକ୍ତ ଚିଠା ବିଲ୍‌ ପ୍ରତ୍ୟାହାର କରିନିଆଗଲା ବୋଲି ବିଭାଗ ପକ୍ଷରୁ ଗତ ୨୦ ତାରିଖରେ କୁହାଯାଇଥିଲା। ପ୍ରାଣୀ ଅଧିକାର କର୍ମୀ ଏବଂ ଆର୍‌ଏସ୍‌ଏସ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଭାରତୀୟ କିଷାନ ସଂଘ(ବିକେଏସ୍‌) ଓ ଅନ୍ୟ ସଂଗଠନଗୁଡ଼ିକ ବିଲ୍‌କୁ ସମାଲୋଚନା କରିଥିଲେ। ବିଲ୍‌କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ ରପ୍ତାନି ଉପରେ ବାଣିଜି୍ୟକ ନୀତିକୁ ନେଇ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ପ୍ରାଣୀଧନର ତତ୍ତ୍ୱାବଧାରକମାନଙ୍କ ସମ୍ପର୍କରେ ସରକାର ବିଚାର କରିନାହାନ୍ତି। ଦେଶ ଭିତରକୁ ନୂଆ ରୋଗ ଯେପରି ଆସି ନ ପାରିବ ସେଥିପାଇଁ ପ୍ରାଣୀଧନ ଆମଦାନୀକୁ ନିୟନ୍ତ୍ରଣ କରିବା ନିମନ୍ତେ ମୂଳ ଆଇନ ୧୮୯୮ରେ ଅଣାଯାଇଥିଲା। ୨୦୦୧ରେ ଏଥିରେ ସଂଶୋଧନ କରାଯାଇ ପ୍ରାଣୀଧନ ଉତ୍ପାଦ ଯଥା ମାଂସ, ଅଣ୍ଡା, କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ, ପୋଷା ଜନ୍ତୁଙ୍କ ଖାଦ୍ୟ ଆଦିର ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ କେତେକ ଧାରା ଯୋଡ଼ାଯାଇଥିଲା। ସରକାର ପ୍ରତ୍ୟାହାର କରିନେଇଥିବା ନୂଆ ଚିଠା ବିଲ୍‌ରେ ଭାରତର ସମସ୍ତ ପୋଷା ଜୀବଜନ୍ତୁଙ୍କୁ ସାମିଲ କରିବା ପାଇଁ ପ୍ରାଣୀଧନର ସଂଜ୍ଞାକୁ ବିସ୍ତାରିତ କରାଯାଇଥିଲା। ପ୍ରାଣୀଧନ ଓ ଏହାର ଉତ୍ପାଦ ରପ୍ତାନିକୁ ସକ୍ରିୟତାର ସହ ପ୍ରୋତ୍ସାହିତ ଓ ବିକଶିତ କରିବା ଲାଗି ଆଇନରେ ଏକ ନୂଆ ଧାରାକୁ ସାମିଲ କରାଯାଇଥିଲା। ତେବେ ସରକାର ବିଲ୍‌ ପ୍ରସ୍ତୁତ କରିବା ଓ ତାକୁ ପ୍ରତ୍ୟାହାର କରିନେବା ବେଳେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା ଦେଶର କୋଟି କୋଟି ଭୂମିହୀନ, କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଜୀବନ ଓ ଜୀବିକାକୁ ବିଚାରକୁ ନେଇ ନ ଥିବା ସ୍ପଷ୍ଟ ହୋଇଛି। ଏହି ଚାଷୀମାନେ ହେଉଛନ୍ତି ଦେଶର ପ୍ରାୟ ୭୦ ପ୍ରତିଶତ ପ୍ରାଣୀଧନର କେୟାରଟେକର। ତେଣୁ ସରକାର ବିଲ୍‌ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ପ୍ରାଣୀଧନ ଓ ଏହାର ଉତ୍ପାଦ ଲାଗି ‘ଭାରତରେ ପ୍ରସ୍ତୁତ-ଭାରତରୁ ରପ୍ତାନି’ ନୀତି ଆଣିବା ନେଇ ଉତ୍ତରଦାୟିତ୍ୱରୁ ଓହରିଯାଇପାରିବେ ନାହିଁ।
ପ୍ରାଣୀଧନ ବିକାଶ, କୃଷି, ଜମି ଉପଯୋଗ ଏବଂ ଜଙ୍ଗଲ ନୀତି ଯୋଗୁ ଦେଶରେ ପ୍ରାଣୀଧନ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ରପ୍ତାନିଭିତ୍ତିକ ପ୍ରାଣୀ ଓ ଏହାର ଉତ୍ପାଦନ ନୀତି ଯୋଗୁ ସେମାନଙ୍କ ସଂଖ୍ୟା ଆହୁରି କମିବ। ଗୋରୁ, ମଇଁଷି, ଛେଳି, ମେଣ୍ଡା, କୁକୁର, ଘୋଡ଼ା, ମାଙ୍କଡ଼, ଘୁଷୁରି, ଓଟ ଆଦି ପ୍ରାଣୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବାବେଳେ କେତେକ ସ୍ବଦେଶୀ ପ୍ରାଣୀ ବିରଳ ହେବାକୁ ବସିଲେଣି। ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଡେଏରି ନୀତିର ଉଦ୍ୟୋଗୀକରଣ ସହ ମରୁଡ଼ି ମୁକାବିଲା, କ୍ଷୀର, ଗୋମାଂସ, ଖତ ଓ ଚମଡ଼ା ଉତ୍ପାଦଗୁଡ଼ିକର ଆବଶ୍ୟକତା ପୂରଣ ଦିଗରେ ପାରମ୍ପରିକ ପ୍ରଜନନ ପ୍ରଣାଳୀରୁ ହଟି ହାଇବ୍ରିଡ୍‌ ଉପାୟରେ ପ୍ରାଣୀଙ୍କ ପ୍ରଜାତି ସୃଷ୍ଟି କରାଯିବା ଏହାର ଉଦ୍ଦେଶ୍ୟ। ଏଥିଯୋଗୁ ଗୃହପାଳିତ ପଶୁ ସେମାନଙ୍କ ଜିନ୍‌ଗତ ମୌଳିକତା ହରାଇବେ ବୋଲି ପ୍ରାଣୀଧନ ଅଧିକାର କର୍ମୀମାନେ ସମାଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri