ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନ ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ଗୁରୁବାର ସୂଚନା ଦେଇଛନ୍ତି। ବାତ୍ୟା ହେବ କି ନାହିଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବ। ସୂଚନା ପରେ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଏସ୍‌ଆରସି କହିଛନ୍ତି। ବାତ୍ୟା ମୁକାବିଲା ପାଇଁ ଗୁରୁବାର ୧୮ ଜିଲାର ଜିଲାପାଳ, ଅଗ୍ନିସମ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ସହ ଆଲୋଚନା କରାଯାଇଛି। ୧୭ ଏନ୍‌ଡିଆରଏଫ୍‌, ୨୦ ଓଡ୍ରାଫ୍‌, ୧୭୫ ଅଗ୍ନିସମ ଟିମ୍‌ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନ କହିଛନ୍ତି।

Share