Categories: ଜାତୀୟ

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚର୍ଚ୍ଚା ବିନା ଏହି ଆଇନଗୁଡିକ ଯେପରି ପ୍ରତ୍ୟାହାର କରାଯାଇଛି, ଏହା ଦର୍ଶାଉଛି ଯେ ସରକାର ଆଲୋଚନାକୁ ଭୟ କରୁଛନ୍ତି। ଏଥିସହିତ ସେ ଟୁଇଟ୍‌ କରି କହିଛନ୍ତି ଯେ ଆଲୋଚନାକୁ ଅନୁମତି ନାହିଁ – ଏମଏସପି ଉପରେ, ଶହୀଦ ଅନ୍ନଦାତାଙ୍କ ନ୍ୟାୟ ଉପରେ, ଲଖିମପୁର ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଉପରେ …ସଂସଦରେ ଆଲୋଚନା ଅଧିକାର ଛଡାଇ ନିଆଯାଉଛି। ସରକାର ଭୟଭୀତ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି, ତିନୋଟି କଳା କୃଷି ନିୟମ ପ୍ରତ୍ୟାହାର କରିବାକୁ ପଡ଼ିବ। ଆମେ ଏହା ପୂର୍ବରୁ କହିଛୁ । ଆମେ ଜାଣିଥିଲୁ ୩-୪ ବଡ ପୁଞ୍ଜିପତିଙ୍କ ଶକ୍ତି ଭାରତର କୃଷକଙ୍କ ସାମ୍ନାରେ ଠିଆ ହୋଇପାରିବ ନାହିଁ ଏବଂ ଏହା ଘଟିଲା ମଧ୍ୟ। ଏହା ହେଉଛି କୃଷକଙ୍କ ସଫଳତା, ଦେଶର ସଫଳତା। ଆମେ ୭୦୦ ଶହୀଦ କୃଷକ, ଏମଏସପି, ଲଖିମପୁର ଖେରୀ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ସରକାର ଏଥିପାଇଁ ଅନୁମତି ଦେଇ ନାହାଁନ୍ତି ବୋଲି ରାହୁଲ କହିଛନ୍ତି।

Share