Categories: ଫୁରସତ

ନିଖୋଜ କୁମ୍ଭୀରଙ୍କୁ ଖୋଜିବା ପାଇଁ ଚିନ୍ତାରେ ସରକାର

ଦକ୍ଷିଣ ଆଫ୍ରିକାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ମଣିଷଖିଆ କୁମ୍ଭୀରଙ୍କୁ ଧରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ କରାଯାଇଛି। ଆଫ୍ରିକାର କେପ୍‌ ଫାର୍ମରୁ ମଣିଷଙ୍କୁ ଖାଇଯାଉଥିବା କୁମ୍ଭୀର ଗତ କିଛିଦିନ ହେବ କୁଆଡେ ନିଖୋଜ ଅଛନ୍ତି। ଏହାକୁ ନେଇ ଚିନ୍ତା ପଡିଯାଇଛନ୍ତି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ। ସରକାରଙ୍କ ପକ୍ଷରୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ସୂଚନା ମୁତାବକ, ଆଫ୍ରିକାରେ ନୀଳ ସେମାନଙ୍କୁ କୁମ୍ଭୀର ଅଧିକ ସଂଖ୍ୟାରେ ଦେଖାଯାଏ। ବୋନଭିଲେଭ ବାଜିଜି୍ୟକ ପ୍ରଜନନ ଫାର୍ମରୁ କିଛି କୁମ୍ଭୀର ଅଚାନକ କୁଆଡେ ପଳାଇଛନ୍ତି। ୧.୨ରୁ ୧.୫ ମିଟର ଲମ୍ବ ଏହି ମଣିଷଖିଆ କୁମ୍ଭୀରଙ୍କଠାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଦ୍ୱାରା ଏପର୍ଯ୍ୟନ୍ତ ୨୬ କୁମ୍ଭୀରଙ୍କୁ ଧରାଯାଇଛି। ନୀଳ କୁମ୍ଭୀରଙ୍କୁ ମୁଖ୍ୟତଃ ଚମଡା ଉତ୍ପାଦନ ପାଇଁ ପାଳନ କରାଯାଏ।

Share