Categories: ଜାତୀୟ

ଆଦାନୀଙ୍କ ଆରେଷ୍ଟ ଓ୍ବାରେଣ୍ଟକୁ ନେଇ ମୁହଁ ଖୋଲିଲେ ସରକାର

ନୂଆଦିଲ୍ଲୀ,୩୦।୧୧:ଲାଞ୍ଚ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଜାରି ଆରେଷ୍ଟ ଓ୍ବାରେଣ୍ଟ ସମ୍ପର୍କରେ ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ଭାରତକୁ କୌଣସି ଅନୁରୋଧ ଆସିନାହିଁ। ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି କୁହାଯାଇଛି, ଆମେରିକାରେ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ସହ ଜଡ଼ିତ ସଂସ୍ଥାକୁ ନେଇ ଚାଲିଥିବା ଆଇନଗତ ପ୍ରକ୍ରିୟାରେ ଭାରତ ସରକାରଙ୍କ କୌଣସି ଭୂମିକା ନାହିିଁ। ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି, ଏକ ପ୍ରାଇଭେଟ୍‌ କମ୍ପାନୀ ଏବଂ ଆମେରିକାର ନ୍ୟାୟ ବିଭାଗ ସାମିଲ ରହିଛନ୍ତି। ଆମେରିକୀୟ ନ୍ୟାୟ ବିଭାଗ ଦ୍ୱାରା ଆଦାନୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ ନେଇ ରିପୋର୍ଟ ଆସିବା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ଏହି ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ପ୍ରକାଶ ଯେ, ଭାରତରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେରିକୀୟ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୂଚନା ଦେବା ଆବଶ୍ୟକ।

 

Share