Posted inଜାତୀୟ

୨.୪୪ ଲକ୍ଷ କର୍ମଚାରୀଙ୍କ ଦରମା ବନ୍ଦ କଲେ ସରକାର

ଲକ୍ଷ୍ନୌ,୩।୯: ୨.୪୪ ଲକ୍ଷ ରାଜ୍ୟ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା ବନ୍ଦ କରିଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଯେଉଁମାନେ ଦେଶରେ ସେମାନଙ୍କର ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନାହାଁନ୍ତି ସେମାନଙ୍କ ଦରମା ବନ୍ଦ କରିଦିଆଯାଇଛି। ୩୧ ଅଗଷ୍ଟ ସୁଦ୍ଧା ମାନବ ସମ୍ପଦ ପୋର୍ଟାଲରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିବରଣୀ ଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ୭୧ ପ୍ରତିଶତ କର୍ମଚାରୀ ସେମାନଙ୍କ ସମ୍ପତ୍ତି ପ୍ରକାଶ କରିଛନ୍ତି।
ଅଗଷ୍ଟ ୧୭ରେ ଏକ ସରକାରୀ ଆଦେଶ ମାଧ୍ୟମରେ ମୁଖ୍ୟ ସଚିବ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ସମସ୍ତ ବିଭାଗକୁ ଅଗଷ୍ଟ ମାସ ପାଇଁ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁମାନେ କେବଳ ଅଗଷ୍ଟ ୩୧ ସୁଦ୍ଧା ସେମାନଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ରାଜ୍ୟରେ ସମୁଦାୟ ୮୪୬୬୪୦ ରାଜ୍ୟ କର୍ମଚାରୀ ଅଛନ୍ତି। ସେଥିମଧ୍ୟରୁ କେବଳ ୬୦୨୦୭୫ ମାନବ ସମ୍ପଦ ପୋର୍ଟାଲରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରଦାନ କରିଛି।
ଟେକ୍ସଟାଇଲ, ସୈନିକ କଲ୍ୟାଣ, ଶକ୍ତି, କ୍ରୀଡା, କୃଷି ଏବଂ ମହିଳା କଲ୍ୟାଣ ବିଭାଗର କର୍ମଚାରୀମାନେ ସମ୍ପତ୍ତିର ବିବରଣୀ ପ୍ରଦାନରେ ଆଗରେ ଥିଲେ। ଯେଉଁଠାରେ ଶିକ୍ଷା ବିଭାଗର କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ଲୁଚାଇବାରେ ଆଗରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ମୌଳିକ ଶିକ୍ଷା, ଉଚ୍ଚଶିକ୍ଷା, ଡାକ୍ତରୀ ସ୍ବାସ୍ଥ୍ୟ, ଶିଳ୍ପ ବିକାଶ ଏବଂ ରାଜସ୍ବ ବିଭାଗ ସବୁଠୁ ପଛରେ ରହିଛନ୍ତି।
ଅଗଷ୍ଟ ୧୭ରେ ଯେତେବେଳେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା, ସେତେବେଳେ କେବଳ ୧୩୧୭୪୮ ଅର୍ଥାତ୍‌ ୧୫% ରାଜ୍ୟ କର୍ମଚାରୀ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ପଞ୍ଜୀକୃତ କରିଥିଲେ। ଅଗଷ୍ଟ ୨୦-୩୧ ମଧ୍ୟରେ ଏହା ୭୧ ପ୍ରତିଶତକୁ ବୃଦ୍ଧି ପାଇଲା। ସରକାରଙ୍କ ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି, ସେମାନଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ ନ କରୁଥିବା କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗ ଏହାର ଅନୁପାଳନ ନିଶ୍ଚିତ କରିବାକୁ ପଡିବ।୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ଭୋଟବ୍ୟାଙ୍କ ଭାଇରସ୍: ଆମ୍ବେଦକରଙ୍କୁ ଅପମାନିତ କରିବା, ୱାକଫ ଆଇନକୁ ବିରୋଧ ପାଇଁ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାବି କରିଛନ୍ତି ଯେ କଂଗ୍ରେସ ନୂତନ ଭାବରେ ଗୃହୀତ ୱାକଫ ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ “ଭୋଟବ୍ୟାଙ୍କ...

ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ...

ନବୀନଙ୍କୁ ଚିଠି ଲେଖି ରାଜାଙ୍କ ପ୍ରସ୍ତାବ, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ମୁଖିଆ...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

Video : ଟ୍ରମା ସେଣ୍ଟରରେ ସିଧା ଆମ୍ବୁଲାନ୍ସ ପହଞ୍ଚାଇ ଦେଲେ ଡ୍ରାଇଭର, ଲୋକେ କହିଲେ ଡାକ୍ତର ଚଲାଉଥିଲେ କି ଗାଡ଼ି?

ନୂଆଦିଲ୍ଲୀ,୧୪।୪: ଯେତେବେଳେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଦୁର୍ଘଟଣା ଘଟେ, ପ୍ରଥମେ ଆମ୍ବୁଲାନ୍ସକୁ ଡକାଯାଏ। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲିଯାଏ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image