୫ ଲକ୍ଷ ଟନ୍‌ ପିଆଜ କିଣିବେ ସରକାର

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଫର୍‌ ଷ୍ଟକ ପାଇଁ ସରକାର ପ୍ରାୟ ୭୧,୦୦୦ ଟନ ପିଆଜ କିଣିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୮.୬୭ ଟଙ୍କା ଥିବାବେଳେ ବର୍ତ୍ତମାନ ପିଆଜ ମୂଲ୍ୟ ୪୦ ଟଙ୍କା ଅତିକ୍ରମ କରିଛି। ମୂଲ୍ୟ ସ୍ଥିର ରଖିବା ପାଇଁ ସରକାର ଚଳିତ ବର୍ଷ ୫ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି।

ଦେଶର ଅଧିକାଂଶ ସ୍ଥାନରେ ମୌସୁମୀର ଅଗ୍ରଗତି ସହିତ ଖୁଚୁରା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୁନ ୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଫର୍‌ ଷ୍ଟକ ଭାବରେ ୭୦,୯୮୭ ଟନ ପିଆଜ କିଣିଛନ୍ତି। ଗତ ବର୍ଷ ସମାନ ଅବଧିରେ ୭୪,୦୭୧ ଟନ ପିଆଜ କ୍ରୟ କରାଯାଇଥିଲା। ସେ କହିଛନ୍ତି ଯେ ପ୍ରବଳ ଉତ୍ତାପ ଏବଂ କମ୍‌ ବର୍ଷା ହେତୁ ଚଳିତ ବର୍ଷ ରବି ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି।

ପିଆଜର ମୂଲ୍ୟ ବୃଦ୍ଧି ପାଇଁ ଏହି କାରଣଗୁଡିକ ମଧ୍ୟ ଦାୟୀ ବୋଲି ବିବେଚନା କରାଯାଏ। ଏହା ସତ୍ତ୍ୱେ ଚଳିତ ବର୍ଷ ବଫର ପିଆଜ କ୍ରୟ କରିବାର ଗତି ବୃଦ୍ଧି କରାଯାଇଛି। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ବଫର ଷ୍ଟକ ବ୍ୟବହାର କରିବେ। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ଏହା ପରେ ଅକ୍ଟୋବର ୨୦୨୪ରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ ପିଛା ୮୦୦ ଡଲାର କରାଯାଇଥିଲା। ଡିସେମ୍ବର ୮, ୨୦୨୩ ରେ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଏସବୁ ସତ୍ତ୍ୱେ ପିଆଜର ଲାଗାତର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri