Categories: ଜାତୀୟ

ଗୋବର କିଣିବେ ସରକାର: ଚାଷୀ ହେବେ ମାଲାମାଲ୍‌

ରାୟପୁର, ୬।୭: ଛତିଶଗଡ଼ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାର ଚାଷୀଙ୍କଠାରୁ କିଲୋ ପିଛା ଦେଢ଼ ଟଙ୍କାରେ ଗୋବର କିଣିବେ। ଏନେଇ ରାଜ୍ୟ କୃଷିମନ୍ତ୍ରୀ ରବିନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଏସମ୍ପର୍କରେ ରାଜ୍ୟ କ୍ୟାବିନେଟ ସହମତି ପ୍ରକାଶ କରିଛନ୍ତି। ଜୁଲାଇ ୨୧ଠାରୁ ଚାଷୀଙ୍କଠାରୁ ଗୋବର କିଣା ଆରମ୍ଭ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଚୌବେ କହିଛନ୍ତି। ଏହି ଦିନ ହରେଲି ଉତ୍ସବ ରାଜ୍ୟରେ ପାଳିତ ହୋଇଥାଏ। ଗୋଧନ ନ୍ୟାୟ ଯୋଜନା ଅନ୍ତର୍ଗତ ରାଜ୍ୟ ସରକାର ଏଭଳି କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ୨୦୧୯ ରିପୋର୍ଟ ଅନୁସାରେ ରାଜ୍ୟରେ ୧,୧୧,୫୮,୬୭୬ ଗାଈ-ମଇଁଷି ରହିଛନ୍ତି। ଯଦି ସରକାର ଗୋଟିଏ ଦିନରେ କୋଟିଏ ଗାଈ-ମଇଁଷଙ୍କର ଗୋବର କିଣନ୍ତି। ତେବେ ଏହା ପ୍ରାୟ ୧୦ କୋଟି କିଲୋ ହେବ। ଏହାର ଆନୁମାନିକ ଦାମ ୧୫ କୋଟି ଟଙ୍କା ହେବ। ଏହି ହିସାବ ଅନୁସାରେ ପ୍ରତିମାସରେ ସରକାର ଚାଷୀଙ୍କୁ ୪୫୦ କୋଟି ଟଙ୍କା ଦେବେ। ସେହିପରି ଗୋଟିଏ ବର୍ଷରେ ୫୪୦୦ କୋଟି ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚ ହେବ। ତେବେ ଚାଷୀଙ୍କ ହିତ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ରମଣ ସିଂ ସରକାର ଅଣ୍ଟା ଭିଡ଼ିଛନ୍ତି।

Share