Categories: ଜାତୀୟ

ସଚିନ, ଲତା, କୋହଲିଙ୍କ ଟୁଇଟ‌ ଯାଞ୍ଚ୍‌ କରିବେ ଉଦ୍ଧବ ସରକାର

ମୁମ୍ବାଇ,୮।୨: କୃଷକ ଆନ୍ଦୋଳନ ଉପରେ ପପ୍‌ ଗାୟିକା ରିହାନ୍ନାଙ୍କ ଟୁଇଟର ଜବାବ ଦେଇଛନ୍ତି ଅନେକ ଭାରତୀୟ ସେଲିବ୍ରିଟି। କଂଗ୍ରେସ ନେତାମାନେ ଲତା ମଙ୍ଗେଶକର, ସଚିନ ତେନ୍ଦୁଲକର ଏବଂ ଅକ୍ଷୟ କୁମାରଙ୍କ ଭଳି ସେଲିବ୍ରିଟି ଭାଜପା ସରକାରଙ୍କ ଚାପରେ ଏଭଳି ଟୁଇଟ୍‌ କରିଥିବା କଂଗ୍ରେସ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା। ଏଥିରେ କିଛି ଶବ୍ଦ ଅଛି ଯାହା ସନ୍ଦେହ ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏବେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ୍‌ କରି ସିଦ୍ଧାନ୍ତରେ ପହଞ୍ଚିବାକୁ ଚେଷ୍ଟା କରାଯିବ କି ଏହି ତାରକାମାନେ କାହାର ଚାପରେ ଆସିଛନ୍ତି କି ନାହିଁ ଜଣାପଡିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି। ସୂଚନାଯୋଗ୍ୟ,ରିହାନା ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ। ରିହାନାର ଟୁଇଟର ଜବାବରେ ଲତା ମଙ୍ଗେଶକର, ସଚିନ ତେନ୍ଦୁଲକର, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ଟୁଇଟ କରିଥିଲେ। ଏବେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share