Categories: ଜାତୀୟ

ସରକାରୀ ବାବୁଙ୍କୁ କୋର୍ଟ ସମନ ଲାଗି ଗାଇଡ୍‌ଲାଇନ ଆସିବ

ନୂଆଦିଲ୍ଲୀ,୨୨ା୮: ସରକାରୀ ବାବୁମାନଙ୍କୁ କୋର୍ଟ ସମନ ଜାରି ଲାଗି ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଜାରି କରିବେ। ଅଦାଲତଗୁଡ଼ିକ ସମନ କଲାବେଳେ ଉକ୍ତ ଗାଇଡ୍‌ଲାଇନକୁ ଅନୁସରଣ କରିବାକୁ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ଚୂଡ଼ାନ୍ତ ରାୟ ଏବଂ ବିଚାରାଧୀନ ମାମଲାର ଅନ୍ତରୀଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନ ଥିଲେ ଅଦାଲତ ଅବମାନନାର ବିଚାର ପାଇଁ ଭିନ୍ନ ପଦ୍ଧତି ରହିବା ଆବଶ୍ୟକ। ଅଦାଲତ ଅବମାନନା ମାମଲାରେ ସରକାରୀ ଅଧିକାରୀଙ୍କ ଉପସ୍ଥିତ ଜରୁରୀ ହୋଇପାରେ।

Share