Categories: ବାଣିଜ୍ୟ

ଭେହିକ୍‌ଲ ସ୍କ୍ରାପେଜ୍‌କୁ ଉତ୍ସାହିତ କରିବେ ସରକାର

ନୂଆଦିଲ୍ଲୀ:  ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ହଟାଇ ନୂଆ ଯାନ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଉତ୍ସାହିତ କରିବେ। ଏ କ୍ଷେତ୍ରରେ ସରକାର କେତେକ ବେନିଫିଟ ପ୍ରଦାନ କରିବେ ବୋଲି କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରବିବାର କହିଛନ୍ତି। ସେ ପୁଣି କହିଛନ୍ତି, ଏହା ଭାରତୀୟ ଅଟୋମୋବାଇଲ କ୍ଷେତ୍ର ଲାଗି ଲାଭକାରୀ ହେବ। ଅଟୋମୋବାଇଲ ଶିଳ୍ପର କାରବାର ୧୦ ଲକ୍ଷ କୋଟିକୁ ବଢିବ। ବଜେଟରେ ସରକାର ସ୍ବେଚ୍ଛାକୃତ ଭେହିକ୍‌ଲ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି। କୋଭିଡ୍‌ ଯୋଗୁ ଭାରତୀୟ ଅଟୋମୋବାଇଲ ଶିଳ୍ପ ପ୍ରଭାବିତ ହୋଇରହିଛି। ନୂଆ ନୀତି ଅନୁସାରେ ବ୍ୟକ୍ତିଗତ ଯାନ ୨୦ ବର୍ଷ ପରେ ଏବଂ ବାଣିଜି୍ୟକ ଯାନ ୧୫ ବର୍ଷ ପରେ ଫିଟ୍‌ନେସ ଯାଞ୍ଚ କରାଇବାକୁ ପଡିବ। ସରକାରଙ୍କ ଏଭଳି ନୀତି ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଲାଭ ହେବାକୁ ଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଯୋଗଦାନ ରଖିବ ବୋଲି ଗଡକରୀ କହିଛନ୍ତି।

Share