Categories: ବାଣିଜ୍ୟ

ବୀମା କ୍ଷେତ୍ରରୁ ସରକାର ସମ୍ପୂର୍ଣ୍ଣ ଓହରିବେନି

ନୂଆଦିଲ୍ଲୀ,୨୬।୮:  ସରକାର ବୀମା କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ଓହରିଯିବେନି ବୋଲି ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟ କରିଛନ୍ତି। ମାତ୍ର ଏକ୍ଷେତ୍ରରେ ସରକାରଙ୍କ ଅଂଶଧନ ସାମାନ୍ୟ ରହିବ। ଷ୍ଟ୍ରାଟେଜିକ ଗୁରୁତ୍ୱକୁ ବିଚାରକରି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଥିବା ବୁଧବାର ସେ ସ୍ପଷ୍ଟ କରିଛନ୍ତି। ବ୍ୟାଙ୍କ, ଆର୍ଥତ୍କ ପ୍ରତିଷ୍ଠାନ ଏବଂ ବୀମା ଭଳି କ୍ଷେତ୍ର ଷ୍ଟ୍ରାଟେଜିକ କ୍ଷେତ୍ର ଭାବେ ପରିଗଣିତ। ଏହି କ୍ଷେତ୍ରଗୁଡିକୁ ସରକାର ସମ୍ପୂର୍ଣ୍ଣ ଛାଡ଼ିବେ ନାହିଁ। ଭାରତୀୟ ଜୀବନ ବୀମା ନିଗମ ଏବଂ ସାଧାରଣ ବୀମା କମ୍ପାନୀଗୁଡ଼ିକରେ ସରକାରଙ୍କ ଉପସ୍ଥିତି ରହିବ। ଆର୍ଥତ୍କ କ୍ଷେତ୍ରଗୁଡ଼ିକରେ ରହିଥିବା ସଂସ୍ଥାଗୁଡ଼ିକରୁ ଅଂଶଧନ ବିକ୍ରି କିମ୍ବା ମିଶ୍ରଣ ଯୋଜନା ରଖାଯାଇଛି। ସରକାର ସାଧାରଣ ବୀମା କମ୍ପାନୀ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସରେ ମଧ୍ୟ କିଛି ମାତ୍ରାରେ ଅଂଶଧନ କମାଇବେ। ନିକଟରେ ସରକାର ଜେନେରାଲ ଇନ୍‌ସ୍ୟୁରାନ୍ସ ବିଜ୍‌ନେସ ସଂଶୋଧନ ବିଲ୍‌ ପାସ୍‌ କରାଇଛନ୍ତି। ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀ ଘରୋଇକରଣ କାର୍ଯ୍ୟକ୍ରମକୁ ଏହାଦ୍ୱାରା ତ୍ୱରାନ୍ବିତ କରାଯାଇପାରିବ। ବଜେଟରେ ଅର୍ଥମନ୍ତ୍ରୀ ୨ ବୀମା କମ୍ପାନୀର ଘରୋଇକରଣ ସମ୍ପର୍କରେ ଘୋଷଣା କରିଥିଲେ।

Share