ଖୁବ୍‌ଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି। ଖୁବ୍‌ଶୀଘ୍ର ସରକାର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଜିଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ ହୋଇସାରିଥିବା ବେଳେ ଆସନ୍ତା କିଛି ଦିନ ଭିତରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ତାଲିକା ପ୍ରକାଶ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ତେବେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି।

Share