ସେବିକା ସାଗରିକାଙ୍କ ଘରେ ରାଜ୍ୟପାଳ

ରସୁଲପୁର,୧୨ା୭(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ଖଇରାବାଦ ଗ୍ରାମରେ ସୋମବାର ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ଓ ତାଙ୍କ ପୁଅ ମନି ସିଙ୍ଗଲ ପହଞ୍ଚତ୍ ଥିଲେ ା ଖଇରାବାଦ ଗ୍ରାମବାସୀ ରାଜ୍ୟପାଳଙ୍କୁ ଭବ୍ୟ ସ୍ବାଗତ କରିଥିଲେ ା ତାଙ୍କ ସେବିତା ସାଗରିକାଙ୍କ ଘରେ ରାଜ୍ୟପାଳ ପଇଡ ପାଣି ପିଇବା ସହ ଜଳଖିଆ ଖାଇଥିଲେ ା ଗାଁ ଲୋକଙ୍କ ଉତ୍ସାହକୁ ଦେଖି ରାଜ୍ୟପାଳ ସେମାନଙ୍କ ସହ ଆତ୍ମୀୟତା ବାଣ୍ଟିଥିଲେ ା
ଆରତୀ ଓଝା ଓ ଗୋପୀନାଥ ବେହେରାଙ୍କ ମଝିଆ ଝିଅ ସାଗରିକା ରାଜ୍ୟପାଳଙ୍କ ମୁଖ୍ୟ ସେବିକା ଭାବେ କାର୍ଯ୍ୟରତ ଅଛନ୍ତି ା ରାଜ୍ୟପାଳଙ୍କ ପରିବାର ଲୋକେ ସାଗରିକାଙ୍କୁ ଖୁବ୍‌ ଭଲ ପାଆନ୍ତି ା ରାଜ୍ୟପାଳ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ା ଏହି କ୍ରମରେ ସୋମବାର ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭଦ୍ରକ ଯାଉଥିଲେ ା ଏହି ଅବସରରେ ସେ ସାଗରିକାଙ୍କ ଘରକୁ ଆସି ତାଙ୍କ ପରିବାର ସଦସ୍ୟଙ୍କ ସହ ଭେଟି ଥିଲେ ା ପ୍ରାୟ ୩୦ ମିନିଟ୍‌ ରହଣି ଅବସରରେ ରାଜ୍ୟପାଳ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ଫଟୋ ଉଠାଇଥିଲେ ା ରାଜ୍ୟପାଳ ସାଗରିକାଙ୍କ ଘରକୁ ଆସୁଥିବା ଜଣାପଡିବା ପରେ ଯାଜପୁର ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏନ.ସି. ବାରିକ, ଉପ-ଜିଲାପାଳ ଶରତ ମହାପାତ୍ର, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନା ଅଧିକାରୀ ଶିବ ଚରଣ ବେହେରା, ଏସ.ଆଇ. ଦୁଷ୍ମନ୍ତ ଦାସ, ଅନିତା ପ୍ରଧାନ, ସରପଞ୍ଚ ପ୍ରଜ୍ଞା ପରମିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ ା

Share