ଛୁଟି ସରିବା ପୂର୍ବରୁ ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଛୁଟି ସରିବା ପୂର୍ବରୁ ସେ ଓଡ଼ିଶା ଫେରିଆସିବେ। ବୁଧବାର ସନ୍ଧ୍ୟାରେ ଦୁବାଇରୁ ଫେରି ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବେ। ରାଜ୍ୟପାଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଥିବା ସୂଚନା ମିଳିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗକୁ ନେଇ ଏବେ ନାନା ଚର୍ଚ୍ଚା ହେଉଛି। କାରଣ ୨୨ ତାରିଖରେ ରାଜ୍ୟପାଳ ଫେରିବା କଥା। ତେବେ ହଠାତ୍‌ ଏହି କାର୍ଯ୍ୟସୂଚୀରେ ପରବର୍ତ୍ତନ ଦେଖି ରାଜନୈତିକ ମହଲରେ ନାନା ଆଲୋଚନା ହେଉଛି।

ଅନ୍ୟପକ୍ଷରେ ଓଡ଼ିଶା ଫେରି ଗୁରୁବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଯାଇ ସେଠାରେ ବନ୍ଦେ ଭାରତ ଟ୍ରେନର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ। ପରେ ରାଜଭବନ ଫେରି ପୁଣି ହରିୟାଣା ଯିବେ। ମେ’ ୨୨ରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି।

Share