ଲକ୍ଷ୍ନୌ,୩୦ା୧୦: ଉତ୍ତରପ୍ରଦେଶର ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବିଶେଷ ଉପହାର ଦେଇଛନ୍ତି। ଯୋଗୀ ସରକାରଙ୍କ ଘୋଷଣା ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ବିବାହ ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।
ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ରାଜ୍ୟ ସରକାର ଗରିବ ମାତାପିତାଙ୍କୁ ଝିଅ ବାହାଘର ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ସମ୍ପର୍କରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ କହିଛନ୍ତି।