ଗଞ୍ଜାମ,୬ା୧୨(ଡି.ଏନ୍.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବିଶେଷ କରି କାଇଁଚପୁର ପଞ୍ଚାୟତ ମଳିଜଗନ୍ନାଥପୁର ଗ୍ରାମର ଚାଷଜମି ଏହି ବାତ୍ୟାରେ ପ୍ରଭାବିତ ହୋଇ ହୋଇଛି। ଏକର ଏକର ଜମିର ପାଚିଲା ଧାନ ପଚି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଋଣ ଆଣି ଚାଷ କରିଥିବା ଚାଷୀ କିପରି ଋଣ ଶୁଝିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି l ଏଣୁ ପ୍ରଶାସନ ତଦନ୍ତ କରି କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।