ଆଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ

ସୋର,୧୨।୮: ଅଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ଅଞ୍ଚଳରେ। ଲଣ୍ଡା ହୋଇ ଗାଧାଉଥିବା ବେଳେ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଦେଲେ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଝାମ୍ପ କରଙ୍କ ପୁଅ ଚନ୍ଦନ। ଅଜା ସ୍ବର୍ଗତଃ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ ଥିଲା। ସୁଶାନ୍ତ ଓ ଚନ୍ଦନ ତୁଠରେ ଲଣ୍ଡା ହୋଇ ନିକଟରେ ଥିବା ଏକ ପରିତ୍ୟକ୍ତ ମାଙ୍କଡା ଖାଦାନକୁ ଗାଧାଇବାକୁଯାଇଥିଲେ। ଏହି ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ପରେ ନିକଟରେ ଥିବା ବାଗୁଡ଼ି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦନ ଓ ସୁଶାନ୍ତଙ୍କ ମତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।