Categories: ଖେଳ

ଚାଞ୍ଚଲ୍ୟକର ଖୁଲାସା କଲେ ମହାନ୍‌ ଅଲରାଉଣ୍ଡର

ସିଡନୀ,୩୦।୧୧: ଆସେଶ ସିରିଜ୍‌ ପୂର୍ବରୁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଥରେ ଏକ ବଟିକା ତାଙ୍କ ଗଳାରେ ଫସିଯିବା ପରେ ସେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଘଟଣା କେବେ ଏବଂ କେଉଁଠାରେ ଘଟିଥିଲା ତାହା ସ୍ପଷ୍ଟ କରି ନାହାଁନ୍ତି।
ସେ ଲେଖିଛନ୍ତି, ମୁଁ ଏକ ଟାବ୍‌ଲେଟ୍‌ ନେଇଥିଲି। ଏହା ମୋ ଗଳା ନଳୀରେ ଲାଗିଥିଲା ଏବଂ ଏହାକୁ ବାହାର କରିବା ପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡିଲା। ସେ ବାହାରକୁ ଆସିବା ପର୍ଯ୍ୟନ୍ତ, ମୁଁ ଭାବିଲି ମୋର ଶେଷ ସମୟ ପାଖେଇ ଆସୁଛି। ମୁଁ କୋଠରୀରେ ଏକୁଟିଆ ଥିଲି ଏବଂ ନିଃଶ୍ୱାସ ମଧ୍ୟ ନେଇ ପାରିଲି ନାହିଁ। ଧିରେ ଧିରେ ସେ ତରଳି ଗଲା କିନ୍ତୁ ମୁଁ ବହୁତ ଡରିଗଲି। ଟିମ ଡାକ୍ତର ମୋତେ ଦେଖା କରିବାକୁ ଆସିଥିଲେ ବୋଲି ସେ କହିଛନ୍ତି।
ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଆଶେସ ସିରିଜ ପୂର୍ବରୁ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମାନସିକ ସ୍ବାସ୍ଥ୍ୟ କାରଣରୁ ଏବଂ ଆଙ୍ଗୁଠିରେ ଭଙ୍ଗା ହେତୁ ସେ କ୍ରିକେଟର୍‌ୁ ଏକ ବିରତି ନେଇଥିଲେ। ବେନ ଷ୍ଟୋକ୍ସ ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ଅଲରାଉଣ୍ଡର। ବଲ ଏବଂ ବ୍ୟାଟ ବ୍ୟତୀତ ଇଂଲଣ୍ଡ ପାଇଁ ଖେଳୁଥିବା ଏହି ଖେଳାଳି ମଧ୍ୟ ନିଜ ଫିଲ୍ଡିଂ ପାଇଁ ମଧ୍ୟ ଜଣାଶୁଣା। ବିଶେଷକରି ୨୦୧୯ ବର୍ଷ ଷ୍ଟୋକ୍ସ ପାଇଁ ବହୁତ ଭଲ ଥିଲା। ସେହି ବର୍ଷ ସେ ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇଥିଲେ।

Share