ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲିର ଟ୍ରେଲର ରିଲିଜ…

ମୁମ୍ବାଇ : ବଲିଉଡ ତାରକା ଭିକି କୌଶଲ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ନେଇ ବହୁତ ବ୍ୟସ୍ତ ଅଛନ୍ତି ଏବଂ ଏହି ସମୟରେ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଏହାର ରିଲିଜ ସହିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରାଲ ହୋଇଛି। ଟ୍ରେଲରକୁ ଦେଖିବା ପରେ ସ୍ପଷ୍ଟ ଭାବରେ ଜଣାପଡୁଛି ଏହା ଏକ ଜବରଦସ୍ତ କମେଡି ଫିଲ୍ମ, ଯେଉଁଥିରେ ଭିକି କୌଶଲ ଲୋକଙ୍କୁ ହସାଇବାରେ ବହୁତ ସଫଳ ହୋଇଛନ୍ତି।

ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ହସିବାକୁ ବାଧ୍ୟ ହେବ। ଏନେଇ, ଭିକି କୁହନ୍ତି, ଏହା ଏକ ସରଳ, ଛୋଟ ସହରର କାହାଣୀ ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ। ଭାରତର ହୃଦୟରେ ସ୍ଥାପିତ ହୋଇଛି, ଏହା ହେଉଛି ଅବିସ୍ମରଣୀୟ ବନ୍ଧନର କାହାଣୀ ଯାହା ପରିବାର ସଦସ୍ୟ ପରସ୍ପର ମଧ୍ୟରେ ଶେୟାର କରିଥାନ୍ତି । ଏହା ଦର୍ଶାଇଛି ପରିସ୍ଥିତି କିପରି ସେହି ବନ୍ଧନକୁ ଗୁରୁତର ଭାବରେ ପରୀକ୍ଷା କରିପାରିବ ଏବଂ ଏକ ଭାରତୀୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଭାବପ୍ରବଣତା କେତେ ଶକ୍ତିଶାଳୀ ।

ଆମର ମିଳିତ ପରିବାର ନିଜର ବ୍ୟକ୍ତିତ୍ୱ ଯୋଗୁ ପ୍ରକୃତରେ ଅତୁଳନୀୟ। ଯେତେବେଳେ କଠିନ ପରିସ୍ଥିତି ଆସେ ସେତେବେଳେ ମିଳିତ ପରିବାର ଏକ ଶକ୍ତି ଭାବେ ଉଭା ହୋଇଥାଏ। ଫିଲ୍ମଟି ହେଉଛି ଆମର ସମସ୍ତ ପରିବାରର ଏହି ଭାବନାର ଏକ ଉତ୍ସବ। ମୁଁ ଆଶା କରୁଛି ସମସ୍ତେ ଏହି ଭାବନା ସହିତ ସଂଯୋକ୍ତ ହେବେ ୨୨ ସେପ୍ଟେମ୍ବରରେ ଆମକୁ ଫିଲ୍ମର ଶୁଭମୁକ୍ତି ସମୟରେ ଅଶେଷ ଭଲ ପାଇବା ଦେବେ ।

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ରେ ମନୋଜ ପାହୱା, କୁମୁଦ ମିଶ୍ର, ସାଦିଆ ସିଦ୍ଦିକି, ଅଲକା ଆମିନ, ସୃଷ୍ଟି ଦୀକ୍ଷିତ, ଭୁବନ ଆରୋରା, ଆଶୁତୋଷ ଉଜ୍ଜଲ, ଭାରତୀ ପେରୱାନୀଙ୍କ ଭଳି ମହାନ ଅଭିନେତା ମଧ୍ୟ ଅଛନ୍ତି। ଏହି ପରିବାରର ମନୋରଞ୍ଜନରେ ଭିକିଙ୍କ ସହିତ ମାନୁଷୀ ଛିଲ୍ଲର ଯୋଡି ହୋଇଛନ୍ତି।

Share