ନୂଆଦିଲ୍ଲୀ,୧୨।୭: ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ଚାମ୍ପିଅନ୍ ‘ଦି ଗ୍ରେଟ ଖଲି’ ଅର୍ଥାତ ଦଲିପ ସିଂ ରାଣା ବିବାଦରେ ଛନ୍ଦି ହୋଇପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟୋଲ୍ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ସେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଖଲି ଜଲନ୍ଧରରୁ କର୍ଣ୍ଣଲକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଆଇଡି କାର୍ଡ ମାଗିବା ପାଇଁ ଏହି ବିବାଦ ସୃଷ୍ଟି ହୋଇଥିଲା।
ଏନେଇ ଖଲି କହିଛନ୍ତି, ଜଣେ କର୍ମଚାରୀ ଫଟୋ ଉଠାଇବା ପାଇଁ କାରରେ ଜବରଦସ୍ତ ପ୍ରବେଶ କରିବାରୁ ଏଭଳି ଘଟଣା ଘଟିଥିଲା। ଟୋଲପ୍ଲାଜା କର୍ମଚାରୀ ତାଙ୍କୁ ବ୍ଲାକ୍ମେଲ୍ କରିଥିବା ସେ ଅଭିଯୋଗ କହିଛନ୍ତି।
ସେପଟେ ଟୋଲ୍ପ୍ଲାଜାର ଜଣେ କର୍ମଚାରୀ କହିଛନ୍ତି, ସେ କେବଳ ଖଲିଙ୍କୁ ଆଇଡି କାର୍ଡ ମାଗିଥିଲେ। ଏହା ପରେ ସେ ତାଙ୍କୁ ଚାପୁଡ଼ା ମାରିଥିଲେ।
#Khali allegedly slaps a toll plaza employee at #Ladowal toll plaza.
this after Toll plaza employees allegedly bully him, call him a #monkey pic.twitter.com/WnY1meLrV9
— Satya Tiwari (@SatyatTiwari) July 12, 2022