Posted inଫୁରସତ

ସର୍ବଶ୍ରେଷ୍ଠ ସାମରିକ ଅପରେଶନ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଭାରତୀୟ ସୈନ୍ୟମାନେ ସୁରକ୍ଷିତ ଫେରି ଆସିଥିଲେ। ଏହ ପରଠାରୁ ଏହି ଐତିହାସିକ ଦିନଟି ଭାରତରେ ସର୍ଜିକାଲ ଷ୍ଟ୍ରାଇକ ଡେ’ ଭାବରେ ଜଣାଶୁଣା।
ସେପ୍ଟେମ୍ବର ୧୮, ୨୦୧୬ରେ ପାକିସ୍ତାନର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୮ ସୈନିକ ଶହୀଦ ହୋଇଥିଲେ। ଏହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଆତଙ୍କବାଦୀଙ୍କୁ ଆଦୌ କ୍ଷମା ଦିଆଯିବ ନାହିଁ ଏବଂ ୧୮ ସୈନିକଙ୍କ ବଳିଦାନ ବୃଥା ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ ଭାରତୀୟ ସେନାର ସ୍ବତନ୍ତ୍ର ବାହିନୀ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ଅତିକ୍ରମ କରି କଶ୍ମୀରକୁ ଅକ୍ତିଆର କରିଥିବା ପାକିସ୍ତାନରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ତାହାକୁ ଧ୍ୱଂସ କରିଥିଲା। ଏହି ଆକ୍ରମଣରେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀଙ୍କ ୬ଟି ଲଞ୍ଚପ୍ୟାଡ ଧ୍ୱଂସ କରିଥିଲେ ଏବଂ ଏହି କାର୍ଯ୍ୟରେ ପ୍ରାୟ ୪୫ ଆତଙ୍କବାଦୀ ନିହତ ହୋଇଥିଲେ।
ଏହି ଆକ୍ରମଣର ଦୁଇ ବର୍ଷ ପରେ, ୨୦୧୮ରେ ଭାରତ ସରକାର ଏହି ଦିନକୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଏହି ସର୍ଜିକାଲ ଷ୍ଟ୍ରାଇକକୁ ସର୍ବଶ୍ରେଷ୍ଠ ସାମରିକ ଅପରେଶନ ଭାବରେ ମଧ୍ୟ ଗଣନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଦିନ ଅଧରାତିରେ ଲେଖାଯାଇଥିଲା ନୂଆ ଭାରତର ପଟ୍ଟକଥା: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଥିଲା ଚଳଚଞ୍ଚଳ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର...

ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି

ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ...

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ ଗର୍ଭନିରୋଧକ

ପ୍ରତିବର୍ଷ ୨୬ ସେପ୍ଟେମ୍ବରରେ ବିଶ୍ୱ ଗର୍ଭନିରୋଧକ ଦିବସ ପାଳନ କରାଯାଏ। ଗର୍ଭନିରୋଧକ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ମହତ୍ତ୍ୱ ବୁଝିବା...

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri