ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ମହାନତା, ଗରିବଙ୍କୁ ବଢ଼ାଉଛନ୍ତି ସହାୟତାର ହାତ

ପୁରୁଷୋତ୍ତମପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଡଙ୍କାରି ଗ୍ରାମର ଭାଣ୍ଡି ଗୌରିଶଙ୍କର (୫୫)ଙ୍କ ହାର୍ଟ ସମସ୍ୟା ନେଇ ସେ ମୁମ୍ବାଇର ଫ୍ଳାଟଇନାମା ହସ୍ପିଟାଲ ଚିକିତ୍ସା ଲାଗି ଯାଇଥିଲେ। ତେବେ ଏହା ଜାଣି ମୁମ୍ବାଇରେ ରହୁଥିବା ଜଣେ ପ୍ରବାସୀ ଓଡ଼ିିଆଙ୍କ ମହାନତା ଦେଖିବାକୁ ମିଳିଛି। ଚିକିତ୍ସା ଲାଗି ସୁଦୂର ମୁମ୍ବାଇକୁ ଯାଉଥିବା ଓଡିଶାର ଲୋକଙ୍କୁ ସହାୟତା କରିବା ଲାଗି ସେ ଆଗେଇ ଆସିଛନ୍ତି। ସେଠିକାର ମୁମ୍ବାଇ କଲ୍ୟାଣ କଳିଙ୍ଗ ଇଲମା ଫାଉଣ୍ଡେଶନ। ଖବର ପାଇ ଫାଉଣ୍ଡେଶନ ସଭାପତି ଦେସିଟି କ୍ରିଷ୍ଣା ଓ ସମ୍ପାଦକ ମାର୍କଣ୍ଡ ନାଇଡୁ ହସ୍ପିଟାଲରେକୁ ଯାଇ ସହାୟତାର ହାତ ବଢ଼ାଇଛନ୍ତି। ଏପରିକି ଯେଉଁ ଗରିବ ଶ୍ରେଣୀର ଓଡ଼ିଆ ମାନେ ଚିକିତ୍ସା ଲାଗି ମୁମ୍ବାଇ ଆସୁଛନ୍ତି ସେମାନଙ୍କୁ ସହାୟତା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।

Share