Advertisement

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି ଗଛକୁ ନେଇ ବହୁତ କଥା ଲେଖିଛନ୍ତି। ତେବେ କ’ଣ ଭୂମିକା ରହିଛି ଏହି ଉପକାରୀ ଅଶ୍ୱତ୍ଥ ଗଛର, ଜାଣନ୍ତୁ ସେ ସମ୍ପର୍କରେ…

* ଅଶ୍ୱତ୍ଥ ବୃକ୍ଷ ହେଉଛି ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ବାୟୁକୁ ଶୋଧନ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ।

* ଅଶ୍ୱତ୍ଥ ବୃକ୍ଷକୁ ପୂଜା କଲେ କୁଆଡ଼େ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଏହି ବୃକ୍ଷକୁ ଘରର ପୂର୍ବ ଅଥବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଶୁଭ ବୋଲି କୁହାଯାଏ।

* କୁହାଯାଏ, ପ୍ରତିଦିନ ଶୁଦ୍ଧପୂତ ହୋଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ବସି କିଛି ସମୟ ପାଇଁ ଧ୍ୟାନ କଲେ ମନ ଶାନ୍ତ ରହିବା ସହ କୁଅଡ଼େ ରିଷ୍ଟ ଖଣ୍ଡନ ହୋଇଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷ ଲଗାଇଲେ ପୁଣ୍ୟ ପ୍ରାପ୍ତି ହୁଏ ଏବଂ ପିତୃଦୋଷରୁ ମୁକ୍ତି ମିଳେ। ଖାସ୍‌କରି ଧାର୍ମିକ ସ୍ଥାନରେ ଅଶ୍ୱତ୍ଥ ବୃକ୍ଷ ଲଗାଇବା ସବୁଠୁ ଶୁଭ ବୋଲି ବିଶ୍ୱାସ କରାଯାଏ।

* ଯେଉଁ ବ୍ୟକ୍ତିଙ୍କର ଟିକେ ଟିକେ କଥାରେ କାହା ସହ ଝଗଡ଼ା ହୋଇଯାଏ କିମ୍ବା ଯାହାଙ୍କର ଶତ୍ରୁ ସଂଖ୍ୟା ଅଧିକ, ସେମାନେ ଏହି ଅଶ୍ୱତ୍ଥ ବୃକ୍ଷ ମୂଳରେ ବସି ନିୟମିତ କିଛି କିଛି ସମୟ ଶତ୍ରୁଜୟ ମନ୍ତ୍ର ପଢିଲେ ଏହି ସମସ୍ୟା କ୍ରମେ ସୁଧୂରିଯାଏ ବୋଲି ବିଶ୍ୱାସ ରହିଛି।

* ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଧୂପ, ଦୀପ ଲଗାଇ ପୂଜା କରିବା ସହ ୭ଥର ବୃକ୍ଷର ପରିକ୍ରମା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଲୋକବିଶ୍ୱାସ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Lifestyle