Categories: ଫୁରସତ

ଗ୍ରୀକ୍‌ ଡିଜ୍‌ନିଲାଣ୍ଡ

ଏଥେନ୍‌ସ: ଗ୍ରୀସ୍‌ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍‌ର ଡିଜ୍‌ନିଲାଣ୍ଡ କୁହାଯାଏ। ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ। ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତି ରହିଛି। ଏହାର ଖର୍ଚ୍ଚ ଅଧିକ ହେବାରୁ ତାକୁ ଖାଲି ଛଡ଼ାଯାଇଛି। ଫଳରେ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରିପୋର୍ଟ ମୁତାବକ, ୧୯୬୦ରେ ଜଣେ ଡାକ୍ତର ଚାର୍ଲାମ୍ବୋସ୍‌ ଫର୍ନାରକିସ୍‌ ଏହି ମହଲକୁ ତିଆରି କରିଥିଲେ। ଯେଉଁଥିରେ ମଧ୍ୟଯୁଗୀୟ କାରିଗରଙ୍କୁ ନେଇ ଟ୍ରୋଜନ ଯୁଦ୍ଧ ଏବଂ ଗ୍ରୀକ୍‌ କ୍ରାନ୍ତିର ପ୍ରତୀକ ଦେଖିବାକୁ ମିଳେ। ଟ୍ରୋଜନ ଯୁଦ୍ଧର ଏକ ବଡ଼ ମୂର୍ତ୍ତି ମହଲ ବାହାରେ ରହିଛି। ଏକ ସମୟରେ ଏହି ମହଲର ମାଲିକଙ୍କ ଏକ ଲାଇବ୍ରେରି ମଧ୍ୟ ଥିଲା। ମହଲ ବାହାରେ ଥିବା ପଡ଼ିଆରେ ଗ୍ରୀକ୍‌ର ପ୍ରାଚୀନ ଦେବତାଙ୍କ ମୂର୍ତ୍ତି ଥିବା ଦେଖିବାକୁ ମିଳେ। ତେବେ ଡାକ୍ତର ଫର୍ନାରକିସ୍‌ ଏହି ମହଲରେ ନିଜେ ରହିବାକୁ ତିଆରି କରିଥିଲେ। ତାଙ୍କ ଜେଜେ ମା’, ଜେଜେ ବାପାଙ୍କଠାରୁ ଶୁଣିଥିବା କାହାଣୀ ଶୁଣି ସେ ଏହି ମହଲକୁ ପ୍ରସ୍ତୁତ କରିଥିଲେ। ନିର୍ମାଣର କିଛି ବର୍ଷ ପରେ ଏହାକୁ ହୋଟେଲ, ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ କରାଯାଇଥିଲା। ହେଲେ ଏବେ ଏହାର ଦରଜା ବନ୍ଦ ରହିିଛି। ଏହାର ଚାରିପଟେ ଅଳିଆ ପଡ଼ିରହିଛି। ତେବେ ସ୍ଥାନୀୟ ଅଫିସରମାନେ ମହଲକୁ ପୁନଃ ଖୋଲିବାକୁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ପରେ ସେହି ଡାକ୍ତର ଗ୍ରୀସ୍‌ର ଫିଲାଣ୍ଟାରେ ମଧ୍ୟ ଏଇଫିଲ୍‌ ଟାୱାର ଭଳି ଦେଖିବାକୁ ଏକ ଛୋଟ ବିଲ୍ଡିଂ ମଧ୍ୟ ତିଆରି କରିଥିଲେ।

Share