ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍‌ ଖଉସି ଅଛନ୍ତି। ନିକଟରେ ଧନୁଷଙ୍କୁ ଜଣେ ସାଉଥ୍‌ ଅଭିନେତା କୁହାଯାଉଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଧନୁଷ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବଲିଉଡ୍‌ ପର୍ଯ୍ୟନ୍ତ ନିଜ ଅଭିନୟର ପ୍ରମାଣ ଦେଇଛନ୍ତି। ଏବେ ସେ ହଲିଉଡ୍‌ରେ ମଧ୍ୟ ପାଦ ଥାପିଛନ୍ତି। ‘ଗ୍ରେ ମ୍ୟାନ’ ଫିଲ୍ମର ପ୍ରମୋଶନ ସମୟରେ ଧନୁଷଙ୍କୁ ସାଉଥ୍‌ ଅଭିନେତା କୁହାଯିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କୁ ‘ସାଉଥ୍‌ ଅଭିନେତା’ନୁହେଁ ବରଂ ଜଣେ ଭାରତୀୟ ଅଭିନେତା କୁହାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସମୟ ଆସିଛି ଯେ ଆମେ ସମସ୍ତେ ଏକାଠି ହୋଇ ଏକ ବଡ଼ ଫିଲ୍ମ ଶିଳ୍ପ କରିବାକୁ ଆଗେଇ ଆସିବା ଉଚିତ୍‌।
ନିକଟରେ ରିୟାନ ଗୋସଲିଂ, କ୍ରିସ ଇଭାନ୍ସଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଦି ଗ୍ରେ ମ୍ୟାନ’ର ପ୍ରିମିୟରରେ ନିର୍ଦ୍ଦେଶକ ଆନ୍ଥୋନୀ ଏବଂ ଜୋ ରୁସୋଙ୍କ ସହ ଧନୁଷ ଉପସ୍ଥିତ ଥିଲେ। ପ୍ରିମିୟର୍‌ ପାଇଁ ଧନୁଷ ସୁଟ-ବୁଟ ଛାଡି ନିଜ ଦେଶର ସଂସ୍କୃତି ବାଛିଥିଲେ। ସେ ଧଳା ଅଧା ସ୍ଲିଭ ଶର୍ଟ, ଲୁଙ୍ଗି ଏବଂ ଚପଲ ପିନ୍ଧିଥିବାର ନଜର ଆସିଥିଲେ। ଧନୁଷ ଏଭଳି ଅନ୍ଦାନ ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଫିଲ୍ମ ଜୁଲାଇ ୨୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି।

Share