ସନ୍ଥକବିର ନଗର: ସାଧାରଣତଃ ବିବାହ ସ୍ଥଳକୁ ଦାମୀ କାର୍, ଘୋଡ଼ା କିମ୍ବା ରଥରେ ଚଢ଼ି ବର ଆସିବାର ଅନେକ ନଜିର ରହିଛି। କିନ୍ତୁ ଗୁରୁବାର ଉତ୍ତରପ୍ରଦେଶର ସନ୍ଥକବିର ନଗରରେ ହେଉଥିବା ଏକ ବିବାହ ଉତ୍ସବକୁ ଗୋରଖପୁର ଜିଲା ଖଜନୀ ତହସିଲ ଉନ୍ୱଲ ଗ୍ରାମର ବାସିନ୍ଦା ମୋହନ ଲାଲ୍ ବର୍ମାଙ୍କ ପୁଅ କୃଷ୍ଣ ବର୍ମା ଏକ ବୁଲ୍ଡୋଜରରେ ଆସି ପହଞ୍ଚିଥିଲେ। ବିବାହରେ ବ୍ୟବହୃତ ବିଭିନ୍ନ କାର୍ ଭଳି ବୁଲ୍ଡୋଜରଟିକୁ ଫୁଲରେ ସଜାଯାଇଥିଲା। ସେହିପରି ବିବାହ ଉତ୍ସବ ସରିବା ପରେ କୃଷ୍ଣ ନିଜ ନବ ବିବାହିତା ସ୍ତ୍ରୀଙ୍କ ସହ ଉକ୍ତ ବୁଲ୍ଡୋଜରରେ ବସି ଘରକୁ ଫେରିଥିଲେ। ସୂଚନାଯୋଗ୍ୟ, କୃଷ୍ଣ ହେଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଜଣେ ବଡ଼ ସମର୍ଥକ। ଗତ କିଛି ବର୍ଷ ଧରି ଉତ୍ତର ପ୍ରଦେଶରେ ସୁଧୁରୁଥିବା ଆଇନ ବ୍ୟବସ୍ଥାର ଚିହ୍ନ ବୁଲ୍ଡୋଜର ହୋଇଥିବା ସେ କୁହନ୍ତି।