Categories: ଜାତୀୟ

ମଦ ପିଇ ବାହା ହେବାକୁ ଆସିଥିଲେ ବର, କନ୍ୟା ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ,୭ା୬: ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜଣେ ବର ମଦ ପିଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ଭାରି ପଡ଼ିଛି। ବରକୁ ଏପରି ଅବସ୍ଥାରେ ଦେଖି କନ୍ୟା ବିବାହ କରିବାକୁ ମନା କରିଦେଇଛନ୍ତି। ଖାଲି ଏତିକି ନୁହେଁ, କନ୍ୟାପକ୍ଷ ବରଙ୍କ ସମେତ ବରଯାତ୍ରୀଙ୍କୁ ଅଟକ ରଖିଛନ୍ତି।

ପ୍ରତାପଗଡ଼ର କୁଟିଲା ଅହିନା ଗାଁରୁ ବର ଟିକରି ଗାଁକୁ ଆସିଥିଲେ। କନ୍ୟାଙ୍କ ଗେଟ୍‌ ପାଖରେ ବର ନିଶାରେ ଟଳୁଥିବା ଦେଖିଥିଲେ ପରିବାର ସ୍ବଜନ। ଏହି ସମୟରେ ବଧୂ ବେଶରେ ବସିଥିବା କନ୍ୟାଙ୍କୁ ତାଙ୍କ ସହ ନାଚିବାକୁ ବାଧ୍ୟ କରିଥିଲେ ବର। ତେବେ କନ୍ୟା ବରଙ୍କର ଏପରି ଅବସ୍ଥା ଦେଖି ବିବାହ କରିବାକୁ ମନା କରି ଦେଇଥିଲେ। ଯିଏ ଯେତେ ବୁଝାଇଲେ ମଧ୍ୟ ସେ ବୁଝି ନ ଥିଲେ। ଗ୍ରାମବାସୀ ଏବଂ କନ୍ୟାଙ୍କ ବନ୍ଧୁ ପରିଜନ ଏକାଠି ହୋଇ ବର ଏବଂ ବରଯାତ୍ରୀଙ୍କୁ ପିଟିବା ସହ ତାଙ୍କୁ ଅଟକାଇ ରଖିଥିଲେ। ଦୁଇପକ୍ଷଙ୍କ ବୁଝାମଣା ପାଇଁ ଘଣ୍ଟାଏ ଧରି ପଞ୍ଚାୟତ ବସିଲା। ମାତ୍ର କନ୍ୟା ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଲେ। ଶେଷରେ ବର ଶିଶୁପାଳ ହୋଇ ଘରକୁ ଫେରିଯାଇଥିଲେ।

Share