Categories: ଫୁରସତ

ବିବାହ ମଣ୍ଡପରେ ଏମିତି ଡ୍ୟାନ୍ସ କଲେ ବର, ଲୋକେ କହିଲେ ପିଟି ମାଷ୍ଟର, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ବିବାହରେ ନିଶ୍ଚିତ ଭାବରେ ଡ୍ୟାନ୍ସ ଏବଂ ଗୀତର ଆସର ଜମିଥାଏ। ଏଥିରେ ଯଦି ବରକନ୍ୟା ସାମିଲ ହୁଅନ୍ତି ଏହି ଖୁସି ଆଉ ଟିକେ ବଢ଼ିଯାଏ। କିନ୍ତୁ ବେଳେବେଳେ ଏହି ଡ୍ୟାନ୍ସରେ ଏପରି ମୋଡ଼ ଆସିଥାଏ ଯେ, ଦର୍ଶକମାନେ ହସିହସି ଗଡ଼ନ୍ତି। ବିବାହରେ ବର ଏବଂ କନ୍ୟା ଡ୍ୟାନ୍ସ କରିବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବରଙ୍କ ଡ୍ୟାନ୍ସ ଷ୍ଟେପ୍‌ ଦେଖି ଲୋକେ କହିଛନ୍ତି, ସେ ବୋଧେ ପିଟି ଶିକ୍ଷକ।

 

ଇନଷ୍ଟାଗ୍ରାମରେ we2gether_school_of_dance ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର ହୋଇଥିବା ଭିଡିଓରେ ବର ଏବଂ କନ୍ୟା ସେମାନଙ୍କ ବିବାହରେ ପୂରା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ବର ଷ୍ଟେପ୍‌ କରୁଛନ୍ତି ଯେପରି ସେ ସ୍କୁଲରେ ପିଟି କ୍ଲାସ ନେଉଛନ୍ତି। ସେହି ସମୟରେ ବରଙ୍କ ସହିତ ମଞ୍ଚ ଉପରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ମଜାଳିଆ ଷ୍ଟେପ୍‌ କରୁଛନ୍ତି। ଏହା ଦେଖି ବରକନ୍ୟା ଉଭୟେ ଡ୍ୟାନ୍ସରେ ଝୁମିଛନ୍ତି।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ୯.୭ ମିଲିୟନ ଥର ଦେଖାଯାଇଥିବା ବେଳେ ୨ ଲକ୍ଷ ୭୫ ହଜାର ଲାଇକ୍‌ ପାଇଛି। ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ଯେତେବେଳେ ତୁମର ବନ୍ଧୁ ଜଣେ ପିଟି ଶିକ୍ଷକ, ସେ ବିବାହ ସମୟରେ ଏହିପରି ନାଚନ୍ତି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଦେଖିବା ପରେ ହସିବା ବନ୍ଦ କରିପାରିବ ନାହିଁ’ା ଆଉ ଜଣେ ୟୁଜର କହିଛନ୍ତି ‘ବାରମ୍ବାର ଭିଡିଓ ଦେଖିବା ପରେ ମଧ୍ୟ ମୁଁ କ୍ଳାନ୍ତ ହେଉନାହିଁ, ଏହା ଖୁବ୍‌ ମଜାଳିଆ ଅଟେ।’

Share