Categories: ଫୁରସତ

ବରଣମାଳା ସମୟରେ ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଅଜବ ଡିମାଣ୍ଡ କଲେ ବର, ଭିଡିଓ ଦେଖି ରାଗିଗଲେ ଲୋକେ, କହିଲେ…

ବର୍ତ୍ତମାନ ଚାରିଆଡ଼େ ବିବାହ ଋତୁ ଚାଲିଛି। ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବରକନ୍ୟା ସ୍ବତନ୍ତ୍ର କିଛି କରିଥାନ୍ତି। ଏବେ ସେମିତି ଜଣେ ବରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବରଣମାଳା ପ୍ରଦାନ ସମୟରେ କନ୍ୟାଙ୍କଠାରେ ଅଜବ ଦାବି କରୁଥିବା ଦେଖାଯାଉଛି। ଭିଡିଓ ଦେଖିବା ପରେ ଲୋକମାନେ ରାଗି ଯାଇଥିଲେ। କମେଣ୍ଟରେ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @chaprazila19 ନାମକ ଜଣେ ୟୁଜରଙ୍କ ଦ୍ୱାରା ପୋଷ୍ଟ କରାଯାଇଛି। ଯେଉଁଥିରେ କ୍ୟାପଶନ୍‌ରେ କୁହାଯାଇଛି, ଯେପର୍ଯ୍ୟନ୍ତ ବରର ଡିମାଣ୍ଡ ପୂରଣ ହୋଇ ନ ଥିଲା ସେ ପର୍ଯ୍ୟନ୍ତ ସେ ବରଣମାଳା ପିନ୍ଧିବାକୁ ଦେଇ ନ ଥିଲେ।

ବରକନ୍ୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। କିଛି ଲୋକ ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ନାପସନ୍ଦ କରିଛନ୍ତି। ଡିସେମ୍ବର ୯ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ଭିଡିଓ ଉପରେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି, ଯାହା ପଢ଼ିଲେ ହସିହସି ଗଡ଼ିବେ।

Share