ଏହି ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। ପ୍ରତ୍ୟେକଙ୍କ ଚିନ୍ତାଧାରା ବି ଭିନ୍ନ ଅଟେ। ଅନେକ ଲୋକ ଚର୍ଚ୍ଚାରେ ରହିବା ପାଇଁ ସମସ୍ତ ସୀମା ପାର୍ କରନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବର ବିବାହ କରିବା ପାଇଁ ଏକ କଫିନ୍ରେ ମଣ୍ଡପକୁ ଯାଇଥିଲେ। ଏହାର ପୂରା ଭିଡିଓ ରେକର୍ଡ କରାଯାଇଥିଲା ଏବଂ ପରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଲୋକମାନେ ଏହି ଡ୍ରାମାବାଜ ବରଙ୍କୁ ଅଭିଶାପ ଦେଇଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି, ବିବାହ ଉତ୍ସବରେ ଅତିଥିମାନଙ୍କ ସମାବେଶ ହେଉଛି। ସେଠାରେ ଏକ ଟ୍ରକ୍ ପହଞ୍ଚୁଛି। ଏହା ପରେ ୬ ଜଣ ଲୋକ ଏହା ଭିତରୁ ଏକ କଫିନ୍ ବାହାର କରୁଛନ୍ତି। କିଛି ସମୟ ପରେ ଏହା ଭିତରୁ ବର ବାହାରୁଥିବା ଦେଖିବାକୁ ମିଳୁଛି। ଯାହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫଟୋଗ୍ରାଫର କିଛି ଫଟୋ ଉଠାଇବା ପାଇଁ ଆଗରେ ଠିଆ ହୋଇଥିଲେ। ଏସବୁ ମଧ୍ୟ ବହୁତ ଭୟାନକ ଏବଂ ମଜାଳିଆ ଲାଗୁଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଆମ ଭାରତରେ ଟିକ୍ଟକ୍ ନିଷେଧ ଥିବାରୁ ଏହା ଶେୟାର କରାଯାଇନାହିଁ।
ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। କିଛି ୟୁଜର କହିଛନ୍ତି, ଷ୍ଟଣ୍ଟ୍ଟି ମଜାଳିଆ। ଅଧିକାଂଶ ୟୁଜର ଏହା ଅତ୍ୟନ୍ତ ଅସମ୍ମାନ ଘଟଣା ଅଟେ ବୋଲି କହିଛନ୍ତି। ଭିଡିଓ ପୋଷ୍ଟ କରିଥିବା ୟୁଜର ଲେଖିଛନ୍ତି, ‘ମୋତେ ଯିଏ ଯେତେ ଡ୍ରାମା ପ୍ଲେୟାର କୁହନ୍ତୁ ନା କାହିଁକି ଏହା କ’ଣ ଏକ ଅନ୍ତିମ ସଂସ୍କାର କି? ଆଉ ଜଣେ ୟୁଜର କହିଛନ୍ତି, ମୁଁ ଏମିତି ବିବାହ କରିବି ନାହିଁ।