ସାଧାରଣତଃ ବିବାହ ସମୟରେ ବର କନ୍ୟାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବାର ପରମ୍ପରା ରହିଛି। ମାତ୍ର ଜଣେ କନ୍ୟା ବରଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ସତ।
ଶାର୍ଦ୍ଦୁଳ ନାମକ ବର ବିବାହ ପୂର୍ବରୁ କହିଥିଲେ, ବିବାହ ଦିନ କନ୍ୟା ତାଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇବେ। ଏହି କଥାକୁ ସେ ରଖିଥିଲେ ବିବାହ ଦିନ। ଶାର୍ଦ୍ଦୁଳ ତନୁଜା ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କଲେଜରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଯେତେବେଳେ ଦୁହେଁ କଥା ହେଉଥିଲେ ସେମାନଙ୍କ ମଧ୍ୟରେ ଏକ ସର୍ତ୍ତ ଥିଲା। ଆଉ ଏହି ସର୍ତ୍ତ ରଖିଥିଲେ ଶାର୍ଦ୍ଦୁଳ। ସେ ତନୁଜାଙ୍କୁ କହିଥିଲେ, ମୁଁ ତୁମକୁ ବିବାହ କରିବି ସତ, କିନ୍ତୁ ତୁମେ ମୋ’ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇବ। ଏଥିରେ ରାଜି ହୋଇଥିଲେ ତନୁଜା। ସେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ। ବିବାହ ଦିନ ବନ୍ଧୁ ପରିଜନ ପରମ୍ପରା ଭଙ୍ଗ ନ କରିବାକୁ କହିଥିଲେ। ମାତ୍ର ତନୁଜା ଏବଂ ଶାର୍ଦ୍ଦୁଳ କାହା କଥା କିଛି ନ ଶୁଣି ବେଦି ଉପରେ ତନୁଜାଙ୍କ ହାତରୁ ମଙ୍ଗଳସୂତ୍ର ପିନ୍ଧିଥିଲେ ଶାର୍ଦ୍ଦୁଳ।