ଭୂତଳ ଜଳ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୨।୪(ବ୍ୟୁରୋ):ରାଜ୍ୟରେ ତାତି ବଢ଼ିଚାଲିଛି। ପ୍ରତ୍ୟେକ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏକ ଶୁଷ୍କ ପରିବେଶ ସୃଷ୍ଟି କରୁଛି। ବିଭିନ୍ନ ଜିଲାରେ ଜଳକଷ୍ଟ ଦେଖାଦେଉଛି। ଆବଶ୍ୟକ ପରିମାଣ ବର୍ଷା ନ ହେବା ଓ ଜଳାଶୟ ଲୋପ ପାଇଯାଉଥିବା କାରଣରୁ ଭୂତଳ ଜଳ ତଳକୁ ଖସିଚାଲିଛି। ଗତ କିଛି ବର୍ଷ ହେବ ରାଜ୍ୟର ଅନେକ ଭାଗରେ ଭୂତଳ ଜଳସ୍ତର ତଳକୁ ଖସିବା ଆରମ୍ଭ କରିଛି। ଆଗାମୀ ଦିନରେ ରାଜ୍ୟକୁ ଭୟଙ୍କର ଜଳସଙ୍କଟ ଭୋଗିବା ଆଶଙ୍କା ଦେଖାଦେଇଛି। ୫ ବର୍ଷ ମଧ୍ୟରେ ରାଜ୍ୟର ୯ ଜିଲାରେ ଭୂତଳ ଜଳସ୍ତର ସଙ୍ଗିନ ଅବସ୍ଥାକୁ ଚାଲିଯାଇଛି।
ଓଡ଼ିଶା ଭୂତଳ ଜଳ ଉନ୍ନୟନ ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୨୦ ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ବରଗଡ଼, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଭୂତଳ ଜଳସ୍ତର କମିଚାଲିଛି। ଏହାଛଡ଼ା ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫ଟିରେ ଭୂତଳ ଜଳ ସମସ୍ୟା ଦେଖାଦେଲାଣି। ସମ୍ପୃକ୍ତ ବ୍ଲକଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହିସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି।
କେବଳ ଜଳସ୍ତର କମୁନାହିଁ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ, କ୍ଷତିକାରକ ଦ୍ରାବକ, ଶିଳ୍ପାଞ୍ଚଳ ଓ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ଯୋଗୁ ରାଜ୍ୟର ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଛି। ପାଣିରେ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ଫ୍ଲୋରାଇଡ୍‌, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ଜିଙ୍କ୍‌, ଟୋଟାଲ କଲିଫର୍ମ, ଆଇରନ, ନାଇଟ୍ରେଟ୍‌ ଆଦିର ପରିମାଣ ବଢ଼ିବାରେ ଲାଗିଛି। ଏହି କାରଣରୁ ଏକଦା ମିଠା ଲାଗୁଥିବା ପାଣି ଏବେ କ୍ଷାର ଏବଂ ଲବଣାକ୍ତ ହୋଇଛି। ଫଳରେ ୨୭ ସହରାଞ୍ଚଳରେ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ବିଶେଷକରି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଏହା ଆଗାମୀ ଦିନରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି-ଖଡ଼ଗପୁର), ମୁମ୍ବାଇସ୍ଥିତ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଟିମ୍‌ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କୂପ, ନଳକୂପର ୨୨ ସ୍ଥାନ ସମେତ ବର୍ଷାଜଳ, ନଦୀ ଏବଂ ଝରଣାରୁ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷଣରୁ ଏସବୁ ଜଳ ନମୁନାରେ ମନୁଷ୍ୟ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ନାଇଟ୍ରେଟ୍‌ ରହୁଥିବା ଉଲ୍ଲେଖ କରାଯାଇଛି। ବର୍ଷାଜଳରେ ଏସିଡ୍‌ ପରିମାଣ କମ୍‌ ରହିଥିବା ବେଳେ ଭୂଗର୍ଭ ଜଳରେ ଫ୍ଲୋରାଇଡ, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି ପରିମାଣ ବେଶି ଥିବା ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।
ଜଳ ନମୁନା ସଂଗ୍ରହ କରାଯାଇଥିବା ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳରେ ୪୦%ରୁ ଅଧିକ ଫ୍ଲୋରାଇଡ ରହୁଛି। ଏପରି କି କେତେକ ନମୁନାରୁ ଲିଟର ପିଛା ୩.୫ ମିଲିଗ୍ରାମ୍‌ ଯାଏ ଫ୍ଲୋରାଇଡ୍‌ ଠାବ କରାଯାଇଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ମାନକ ଅନୁଯାୟୀ, ୧ ଲିଟର ଜଳରେ ୧ ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ ରହିଲେ ତାହା ଶରୀର ପାଇଁ କ୍ଷତିକାରକ।
କେବଳ ସେତିକି ନୁହେଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୧ଟି ସହର ଯଥା ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପାରାଦୀପ, ସୁକିନ୍ଦା, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଏବଂ ତାଳଚେର ଆଦି ୪୮ଟି ସ୍ଥାନରେ ଭୂତଳ ଜଳର ଗୁଣାତ୍ମକ ମାନକୁ ଏପ୍ରିଲ ଓ ଅକ୍ଟୋବର ମାସରେ ନିୟମିତ ଭାବେ ପରୀକ୍ଷା କରାଯାଉଛି। ସେଥିରୁ ୬ଟି ସ୍ଥାନରେ ପିଏଚ, ଗୋଟିଏ ସ୍ଥାନରେ ନାଇଟ୍ରେଟ, ୧୦ଟି ସ୍ଥାନରେ ଲୌହ ଏବଂ ୨୯ଟି ସ୍ଥାନରେ ଟୋଟାଲ କଲିଫର୍ମ ପରିମାଣ ନିର୍ଦ୍ଧାରିତ ମାନକଠାରୁ ଊର୍ଦ୍ଧ୍ୱରେ ରହୁଛି। ପାଣିର ମାନ ଦିନକୁ ଦିନ ବିଗୁଡୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳର ଅଧିକାରୀ, ଜିଲା ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।
ରାଜ୍ୟରେ ଥିବା ସହରାଞ୍ଚଳଗୁଡ଼ିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦ ପ୍ରତିଶତ ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତ। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video : ଟ୍ରମା ସେଣ୍ଟରରେ ସିଧା ଆମ୍ବୁଲାନ୍ସ ପହଞ୍ଚାଇ ଦେଲେ ଡ୍ରାଇଭର, ଲୋକେ କହିଲେ ଡାକ୍ତର ଚଲାଉଥିଲେ କି ଗାଡ଼ି?

ନୂଆଦିଲ୍ଲୀ,୧୪।୪: ଯେତେବେଳେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଦୁର୍ଘଟଣା ଘଟେ, ପ୍ରଥମେ ଆମ୍ବୁଲାନ୍ସକୁ ଡକାଯାଏ। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲିଯାଏ,...

୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

କିନ୍ନରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ ମହାସଂଘ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଯାତ୍ରା କଳାକାର କିନ୍ନର ଅର୍ଚ୍ଚିତା ଓରଫ ଅଜିତ ବିଷୋୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର...

ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦିଏ ଅଙ୍ଗୁର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ...

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର...

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ବିଜ୍ଞାନର ଉନ୍ନତିରେ ଜର୍ମାନୀ ବୈଜ୍ଞାନିକଙ୍କ ଭୂମିକା

ମଧ୍ୟଯୁଗୀୟ ୟୁରୋପରେ ନିରୀକ୍ଷଣ, ପରୀକ୍ଷଣ ଓ ଗହନ ଗଣିତର ପରମ୍ପରା ନଥିଲା। ପଠନ ଓ ଅନୁଶୀଳନ ବୈଜ୍ଞାନିକ ଗତିବିଧିର ମାନଦଣ୍ଡ ଥିଲା। ପଣ୍ଡିତମାନେ ମୁଖ୍ୟତଃ ଦାର୍ଶନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image