ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଲେ ଏମପି: ପଚାରି ବୁଝିଲେ ସମସ୍ୟା

ରାଇକିଆ,୧୭।୮-(ପ୍ରଦୀପ ବେହେରା): କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀଙ୍କ ରାଇକିଆ ଗସ୍ତ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବୁଝିଛନ୍ତ। ଇନଡୋରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।ଏହି ଅବସରରେ ମେଡିକାଲର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଇନ୍‌ଚାର୍ଜ ଡା ଶ୍ରୀନିବାସ ପାତ୍ରଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଏକ୍ସରେ ମେଶିନ, ଡାକ୍ତରଙ୍କ ପାଇଁ କ୍ୱାଟର, ଆଇସୋଲାସନ ଗୃହ, ମେଡିକାଲ ପରିସରରେ ଡ୍ରେନେଜ ଓ ପାନୀୟ ଜଳ ଭଳି ସମସ୍ୟାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥି ସହ ବ୍ଲକରେ ଥିବା ଅନ୍ୟାନ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କର ସମସ୍ୟା ମଧ୍ୟ ଉପସ୍ଥାପନା କରାଯାଇଥିଲା। ଏ ଦିଗରେ ଯଥାସମ୍ଭବ ପଦକ୍ଷେପ ନେବା ପାଇଁ ମଧ୍ୟ ଏମପି ପ୍ରତିଶ୍ରୁତି ଦେଇଥିଲେ।