ନୂଆଦିଲ୍ଲୀ, ୮।୭: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍ ରେଟିଂ ପକ୍ଷରୁ ୧୦%କୁ ହ୍ରାସ କରାଯାଇଛି। ଭାରତ ବଜାର ୧୨.୮% ଅଭିବୃଦ୍ଧି କରିବ ବୋଲି ଏହି ଏଜେନ୍ସି ପୂର୍ବରୁ ଆକଳନ କରିଥିଲା। କରୋନା ଦ୍ୱିତୀୟ ଲହର ଯୋଗୁ ଆର୍ଥତ୍କ ସୁଧାର ବାଧାପ୍ରାପ୍ତ ହୋଇଛି। ସାରା ଦେଶରେ ଟିକାକରଣ ବଢ଼ିଲେ ଏହା ଖାଉଟିଙ୍କ ଆତ୍ମବିଶ୍ୱାସ ଏବଂ ଆର୍ଥତ୍କ ସୁଧାର କ୍ଷେତ୍ରରେ ସହାୟତା କରିବ ବୋଲି ଫିଚ୍ ରିପୋର୍ଟରେ ପ୍ରକାଶ ପାଇଛି।