ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବ୍ୟବସ୍ଥାରେ ରିଟର୍ନ ଫାଇଲ ବେଳେ ଟିକସଦାତା ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଜିଏସ୍ଟି ରିଟର୍ନ ଫାଇଲକୁ ଆହୁରି ସରଳ କରିବା ଲାଗି ସୁବିଧା ଆଗାମୀ ଦିନରେ ଆସିବ ବୋଲି ଏକ ରିପୋର୍ଟ ଆସିଛି। ମାସିକ ରିଟର୍ନ ଫାଇଲ କ୍ଷେତ୍ରରେ ଟିକସଦାତାଙ୍କୁ ସରଳ ହେବ ହେବ ବୋଲି କୁହାଯାଉଛି। ଜାନୁୟାରୀ ପହିଲାରୁ ଟିକସଦାତା ସେଲ୍ଫ ଆସେସ୍ମେଣ୍ଟ ବା ନିଜସ୍ବ ଆକଳନ ଦ୍ୱାରା ସେମାନଙ୍କ ଟିକସ ଦେୟ ପ୍ରଦାନ କରିବେ। ବର୍ତ୍ତମାନ ମାସିକ ରିଟର୍ନ ଫାଇଲ କରିବା ଲାଗି ଟିକସଦାତାଙ୍କୁ ଏକ ଜଟିଳ ଧାରା ଦେଇ ଯିବାକୁ ପଡୁଛି। ନୂଆ ସୁବିଧା କାର୍ଯ୍ୟକାରୀ ହେଲେ ଏଭଳି ସମସ୍ୟା ଟିକସଦାତା ସାମ୍ନା କରିବେ ନାହିଁ।
କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ନୂଆ ତ୍ରୈମାସ ରିଟର୍ନ ଏବଂ ମାସିକ ପେମେଣ୍ଟ ସ୍କିମ୍(କ୍ୟୁଆର୍ଏମ୍ପି) କାର୍ଯ୍ୟକାରୀ କରାଇବାକୁ ଯାଉଛି। ଏହି ବ୍ୟବସ୍ଥା ଲାଗୁ ହେଲେ ଟିକସଦାତା ବର୍ଷକୁ ମାତ୍ର ୪ ଜିଏସ୍ଟିଆର୍ ୩ବି ରିଟର୍ନ ଫାଇଲ କରିବେ। ବର୍ତ୍ତମାନ ଟିକସଦାତାଙ୍କୁ ୧୨ ରିଟର୍ନ ଫାଇଲ କରିବାକୁ ପଡୁଛି। ୩ ମାସ ଶେଷରେ କେବଳ ରିଟର୍ନ ଭରିବାକୁ ପଡିବ। ସେହିଭଳି କ୍ୟୁଆର୍ପିଏମ୍ ସ୍କିମ୍ରେ ସେମାନଙ୍କ ମାସିକ ଟିକସ ନିଜ ପସନ୍ଦ ଅନୁସାରେ ଫାଇଲ କରିବାର ସୁବିଧା ମିଳିବ। କ୍ୟାଶ୍ ଲେଜର କିମ୍ବା ପୂର୍ବରୁ ପୂରଣ କରାଯାଇଥିବା ଚାଲାଣ ଦ୍ୱାରା ଟିକସ ଭରିହେବ।