ଓସେପା ଅଫିସ୍‌କୁ ଧସେଇ ପଶିଲେ ଅଭିଭାବକ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ପାରଦର୍ଶୀ ପୋର୍ଟାଲରେ ବହୁ ଘରୋଇ ସ୍କୁଲ୍‌ ପଞ୍ଜୀକରଣ କରୁନାହାନ୍ତି। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଗରିବ ପିଲାମାନେ ସରକାରଙ୍କ ମାଗଣା ଗୁଣାତ୍ମକ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏପରି ଅନିୟମିତତାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅଫିସ ଘେରାଉ କରିଥିଲା। ପ୍ରାୟ ୩ଘଣ୍ଟା ଘେରାଉ କରିବା ପରେ ଅଧିକାରୀମାନେ ଆଲୋଚନା ନ କରିବାରୁ ଅଭିଭାବକମାନେ ଭିତରକୁ ଧସେଇ ପଶିଥିଲେ। ମୁଖ୍ୟ ଦ୍ୱାରକୁ ବନ୍ଦ କରି ଘେରାଉ କରିବା ସହ ସମ୍ମୁଖରେ ପୁଣି ଧାରଣା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌ ନିର୍ବାଚନ ଆଚରଣବିଧି ପାଇଁ ଆଲୋଚନା ନିମନ୍ତେ ମନା କରିଦେଇଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ଚେଷ୍ଟା କରିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଅତିରିକ୍ତ ପୋଲିସ କମିଶନରଙ୍କ ଅନୁରୋଧ କ୍ରମେ ସମସ୍ୟା ସମାଧାନ ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୋଲିସ ଗିରଫଦାରିରୁ ବିରତ ରହିଥିଲା। ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ମହାସଂଘ ଅନୁରୋଧ କରିଛି। ଯଦି ସମାଧାନ ନ ହୁଏ ହଜାର ହଜାର ଅଭିଭାବକ ଧାରଣାରେ ବସିବେ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ ରଖାଯିବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନକୁ ଶିକ୍ଷା ଅଧିକାର ଅଭିଭାବକ ସଂଘ ଆବାହକ କଳ୍ପନା ସାହୁ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ପରିଚାଳନା କରିଥିବାବେଳେ ଉପଦେଷ୍ଟା ବିଜୟ କେତନ ନନ୍ଦ, ଦାଶରଥି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ମହାସଂଘର କହିବାନୁସାରେ, ଗତ ୨୦୨୩-୨୪ ବର୍ଷରେ ସମୁଦାୟ ୪,୨୬୪ ଘରୋଇ ସ୍କୁଲ ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଏହାର ସମୁଦାୟ ସିଟ୍‌ ସଂଖ୍ୟା ୬୦ ହଜାରରୁ ଅଧିକ ଥିଲା। ମହାସଂଘ ଚେଷ୍ଟାରେ ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାରଦର୍ଶୀ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ସୋମବାର ସୁଦ୍ଧା ମାତ୍ର ୩,୨୫୦ଟି ଘରୋଇ ସ୍କୁଲ ପଞ୍ଜୀକରଣ କରିଛନ୍ତି ଓ ସିଟ୍‌ ସଂଖ୍ୟା ମାତ୍ର ୪୦ହଜାର ୨ଶହ ମଧ୍ୟରେ ରହିଛି। ଗତବର୍ଷ ତୁଳନାରେ ୨୦ହଜାରରୁ ଉର୍ଦ୍ଧ୍ୱ ସିଟ୍‌ କମିବା ଫଳରେ ଚଳିତ ବର୍ଷ ମାଗଣା ସିଟ୍‌ରେ ଗରିବ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବାଧାପ୍ରାପ୍ତ ହେବ। ଏହାକୁ ବିରୋଧ କରି ମହାସଂଘ ପକ୍ଷରୁ ବାରମ୍ବାର ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବାଧ୍ୟହୋଇ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri