ନାଉଗାଁ,୧ା୩(ସୁଧା ବେହୁରା):ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ରାସ୍ତାର ଉଭୟ ପାର୍ଶ୍ୱ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଶିଖର, ନାଉଗଁା, ବଛାଳୋ ଆଦି ପଞ୍ଚାୟତରେ ଥିବା ଚାଷ ଜମିର ଉଦ୍ବୃତ୍ତ ଜଳ ଏହି ବାଟ ଦେଇ ଗୋବରୀ ନାଳକୁ ନିଷ୍କାସିତ ହୋଇଥାଏ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଜଳ ଜମି ରହିଥାଏ। ଜଳ ଜମିବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧୋଇଯିବା ସହ ଦବିବାକୁ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଉକ୍ତ ସ୍ଥାନର ଉଭୟ ପାର୍ଶ୍ୱରେ ବିଭାଗ ପକ୍ଷରୁ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ ସେଠାରେ କୌଣସି ଯନ୍ତ୍ରୀ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ଗାର୍ଡଓ୍ବାଲର ନିୟମାନୁସାରେ ଏହାର ମୂଳ ୩୦ ଇଞ୍ଚ ଚଉଡ଼ା ରହିବା କଥା କିନ୍ତୁ ଏହାକୁ ୧୮ ଇଞ୍ଚ କରାଯାଇ ମାଟି ଦ୍ୱାରା ପୋତା ଯାଉଛି। ଯାହା ଫଲରେ ମୂଳ କେତେ ଚଉଡା ହୋଇଛି ତାହା ଜଣା ପଡିବ ନାହିଁ। ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲରେ କଞ୍ଚାମାଲର ଭାଗ ମାପ ଠିକ ରହୁନାହିଁ। ୧ ସିମେଣ୍ଟ ବସ୍ତା, ୪ ବାଲି, ୫ଟା ମେଟାଲ ପରିବର୍ତ୍ତେ ୧ ସିମେଣ୍ଟବସ୍ତା, ୮ ବାଲି, ୧୦ ମେଟାଲ ଦିଆଯାଉଛି। ଯେଉଁ ମେଟାଲ ଦିଆଯାଉଛି ତାହାର ସାଇଜ ବଡ଼ ରହିଛି। ତେଣୁ ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରେ, ଛୋଟ କାମଗୁଡ଼ିକୁ ମୁଁ ବୁଝୁନାହିଁ ତାହାକୁ ଏସ୍ଡିଓ ବୁଝୁଛନ୍ତି କ’ଣ ହୋଇଛି ମୁଁ ତାଙ୍କ ସହ କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।
ନାଉଗଁା ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।