ବେଜିଂ: କଥାରେ ଅଛି ସୁଖ ବାଣ୍ଟିଲେ ବଢ଼େ। ସେଥିପାଇଁ ଲୋକେ ସବୁବେଳେ ବିଭିନ୍ନ ଭୋଜି ଜରିଆରେ ଲୋକଙ୍କ ସହିତ ନିଜ ସୁଖ ବାଣ୍ଟିଥାନ୍ତି। ଯଦି ଏମିତି ହୁଏ, ଗୋଟେ ଭୋଜି ହେବ ଆଉ ସେଥିରେ କେହି ଅତିଥି ଆସିବେନି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ନିକଟରେ ଚାଇନାର ଜଣେ ବ୍ୟକ୍ତିଙ୍କ ସହିତ ଏପରି କିଛି ଘଟିଛି। ତାଙ୍କ ବିବାହ ପାର୍ଟିର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଏହି ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ଭୋଜି ରଖିଥିଲେ। ବ୍ୟକ୍ତି ଜଣକ ନିଜ ପରିବାର ସହିତ ବାହାରେ ରୁହନ୍ତି। କିନ୍ତୁ ସେ ତାଙ୍କ ବିବାହ ଗାଁରରେ କରିବାକୁ ଯୋଜନା କଲେ। ଏନେଇ ସେ ଭୋଜିର ଆୟୋଜନ ମଧ୍ୟ କଲେ। ପାଖାପାଖି ୧୦୦ ଟେବୁଲ ପକାଇଥିବାବେଳେ ହଜାରେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ। ହେଲେ ତାଙ୍କର ଏହି ବିବାହ ଭୋଜିକୁ ଗାଁର କେହି ଜଣେ ବି ଲୋକ ଆସି ନ ଥିଲେ। ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ମା’ ଏହାର କାରଣ ଜାଣିବାକୁ ଚେଷ୍ଟା କଲେ, ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମା’ଙ୍କ କହିବା ଅନୁଯାୟୀ ଏହି ଭୋଜିରେ ତାଙ୍କର ବହୁତ କ୍ଷତି ହୋଇଛି। ବହୁତ ଖାଦ୍ୟ ନଷ୍ଟ ହେବା ସହ ପରିବାରର ମଧ୍ୟ ବଦନାମ ହୋଇଛି। ପ୍ରକୃତରେ ଏହି ବିବାହ ପାଇଁ ସେମାନେ କୌଣସି କାର୍ଡ ଛପାଇ ନ ଥିଲେ। ସେମାନେ ଭାବିଥିଲେ, କେବଳ ମୁହଁରେ କହିଦେଲେ ହିଁ ଲୋକେ ଆସିଯିବେ। ହେଲେ ତା’ର ପରିଣାମ ବିବାହରେ କେହି ବି ଉପସ୍ଥିତ ହୋଇ ନ ଥିଲେ।