Posted inଜାତୀୟ

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ବିଲକିସ ବାନୋ ମାମଲାରେ ଜଡିତ ଦୋଷୀଙ୍କୁ ମୁକ୍ତ କରିବାର ଆଦେଶର ସମିକ୍ଷା ପାଇଁ ଆବେଦନ କରାଯାଇଥିଲା।

ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଉଜ୍ୱଲ ଭୁୟାଁଙ୍କ ଏକ ବେଞ୍ଚ ମଧ୍ୟ ଖୋଲା କୋର୍ଟରେ ସମୀକ୍ଷା ଆବେଦନ ତାଲିକାଭୁକ୍ତ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। କୋର୍ଟ କହିଛନ୍ତି ଯେ ଆମେ ସମୀକ୍ଷା ଆବେଦନ, ଚ୍ୟାଲେଞ୍ଜ ହୋଇଥିବା ଆଦେଶ ଏବଂ ଏଥିରେ ସଂଲଗ୍ନ ହୋଇଥିବା ଦଲିଲଗୁଡ଼ିକୁ ଯତ୍ନର ସହ ବିଚାର କରିଛୁ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଦଲିଲକୁ ଅନୁଧ୍ୟାନ କରିବା ପରେ, ଆମେ ସନ୍ତୁଷ୍ଟ ଯେ ରେକର୍ଡରେ କୌଣସି ତ୍ରୁଟି ନାହିଁ କିମ୍ବା ସମୀକ୍ଷା ଆବେଦନଗୁଡ଼ିକରେ କୌଣସି ଯୋଗ୍ୟତା ନାହିଁ ଯାହା ଆଦେଶର ପୁନର୍ବିଚାର କରିବାକୁ ଆବଶ୍ୟକ କରେ। ବେଞ୍ଚ କହିଛନ୍ତି ଯେ ତେଣୁ ସମୀକ୍ଷା ଆବେଦନଗୁଡିକ ଖାରଜ କରାଯାଇଛି।
ଗୁଜୁରାଟ ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ସୁପ୍ରିମକୋର୍ଟ ଜାନୁଆରୀ ୮ରେ ଦୋଷୀମାନଙ୍କ ସହିତ ମିଶି କାର୍ଯ୍ୟ କରିଛି ବୋଲି ଯାହା କହିଥିଲେ ତାହା ଠିକ ନୁହେଁ। କୋର୍ଟର ଏହି ମନ୍ତବ୍ୟ ଅନୁପଯୁକ୍ତ। ତେବେ ରାଜ୍ୟ ସରକାରଙ୍କ ଏହି ଯୁକ୍ତିରେ ସୁପ୍ରିମକୋର୍ଟ ସହମତ ବ୍ୟକ୍ତ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ...

ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୯: ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର...

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ସରକାର

ରାଞ୍ଚି,୨୬।୯: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାର କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ...

ଏନଡିଏ ହିଁ ଏନଡିଏକୁ ହରାଇଛି, ଉପେନ୍ଦ୍ରଙ୍କ ଚମକାଇଭା ଭଳି ବୟାନ

ଔରଙ୍ଗାବାଦ,୨୬।୯: ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟ ସଭା ସଦସ୍ୟ ଉପେନ୍ଦ୍ର କୁଶୱାହ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କର୍ମୀମାନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri