ହଜିବାକୁ ବସିଛି କଳାହାଣ୍ଡିର ହାବସପୁରୀ ପାଟଶାଢ଼ି

ଭବାନୀପାଟଣା,୩୦ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ହାବସପୁରୀ ପାଟଶାଢ଼ିର କମକୁଟ ପରିପାଟୀ ମହିଳାମାନଙ୍କୁ ଆକର୍ଷିତ କରିଥାଏ। ହେଲେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବରୁ ବିଭିନ୍ନ ସମୟରେ ବିଶ୍ବ ଦରବାରରେ ନିଜର ଏକ ନିଆରା ଛାପ ସୃଷ୍ଟି କରିଥିବା ହାବସପୁରୀ ପାଟଶାଢ଼ି ହଜିବାକୁ ବସିଛି। ତଥାପି କୌଳିକ ବୃତ୍ତିକୁ ବଞ୍ଚାଇବା ଭିତରେ ବୁଣାକାରମାନେ ଭବିଷ୍ୟତ ଖୋଜିବାରେ ଲାଗିଛନ୍ତି।
କଳାହାଣ୍ଡି ଅଞ୍ଚଳର ଲୋକଙ୍କ ମନକୁ ମୋହୁଥିବା ହାବସପୁରୀ ଶାଢ଼ି ୧୯୫୧ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଆକର୍ଷିତ କରିପାରିଥିଲା। କଳାହାଣ୍ଡିର ତତ୍କାଳୀନ ମହାରାଜା ପ୍ରତାପ କେଶରୀ ଦେଓଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ପ୍ରଦର୍ଶନୀ ପଡିଆରେ ନେହେରୁଙ୍କୁ ହାବସପୁରୀ ଶାଢିର ଗରିମାକୁ ବର୍ଣ୍ଣନା କରି ତାଙ୍କୁ ପ୍ରଲୋଭିତ କରିପାରିଥିଲେ। ପଶ୍ଚିମ ଓଡିଶାର ବରପାଲି ଶାଢି, ସୋନପୁରୀ ଶାଢି, ବାନ୍ଧଶାଢି, ବୌଦ୍ଧ ଶାଢି ସମ୍ବଲପୁରୀ ଶାଢି ଭାବରେ ପ୍ରସିଦ୍ଧି ଲାଭ କରିଛି। କଳାହାଣ୍ଡି ଜିଲାର ଚିଚେଗୁଡା, ବଳଦିଆମାଲ, ହାବସପୁର, ଚକୁଳି ସମେତ ବିଭିନ୍ନ ସ୍ଥାନରେ ମେହେର ବା ଭୁଲିଆ ସମ୍ପ୍ରଦାୟର ପରିବାର ହାବସପୁରୀ ଶାଢି ବୁଣିବାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସମ୍ବଲପୁରୀ ଶାଢିର କେବଳ ମୁହଁରେ ବାନ୍ଧକଳା ଥିବାବେଳେ ହାବସପୁରୀ ଶାଢିରେ ମୁହଁ ଓ ଦେହରେ ବାନ୍ଧ ରହିଥାଏ। ହାବସପୁରୀ ଶାଢିର ବାନ୍ଧରେ ରଙ୍ଗ କାମର କୌଶଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଛାନ୍ଦରେ ସୂତା କାମର କୌଶଳକୁ ପ୍ରାଧାନ୍ୟ ଦିଆଯାଇଥାଏ। ହାବସପୁରୀ ଶାଢିରେ ଡବଲ ଫୁଲ ତିଆରି ଏହାର ଏକ ସ୍ବତନ୍ତ୍ରତା। ଅନ୍ୟ ଶାଢୀମାନଙ୍କରେ ଗୋଟିଏ ଫୁଲ ରହୁଥିବାବେଳେ ଏହାର ଭିନ୍ନତା ପାଇଁ ବୁଣାକାରମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ତନ୍ତୀମାନଙ୍କୁ ୯ କାରିଆ ଅପେକ୍ଷା ୧୮ କାରିଆ କାମ କରିବାକୁ ପଡିଥାଏ। ଜାଲା ତିଆରି କରିବା ହାବସପୁରୀ ଶାଢିର ଆଉ ଏକ ନିଆରା ପରିପାଟି। ହାବସପୁରୀ ଶାଢିରେ ଆଦିବାସୀମାନଙ୍କର କାନ୍ଥଚିତ୍ର, ଦେହର ଚିତାକୁଟା, ଶାଢିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଶାଢିରେ ମାଛ, ହରିଣ, ହାତୀ, ପ୍ରଭୃତି ଚିତ୍ରକୁ ଧଡିରେ ବୁଣି ଶାଢୀକୁ ମନଲୋଭା କରିଥାନ୍ତି। ଜୁନାଗଡ ବ୍ଲକର ଚିଚୈଗୁଡା ଓ ବଳଦିଆମାଲଠାରେ ବୁଣାକାରମାନଙ୍କ ପରିବାର ସେମାନଙ୍କ କୌଳିକ ବୃତ୍ତିକୁ ସମ୍ମାନ ଦେଇ ହାବସପୁରୀ ଶାଢିର ଚମକକୁ ଦେଶବିଦେଶରେ ବିମୋହିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ବିଶେଷକରି ମହିଳାମାନେ ଏହି ହାବସପୁରୀ ଶାଢ଼ି ପ୍ରେମରେ ପଡିଥାନ୍ତି। ସେମାନେ ଦେଶବିଦେଶରେ ଏହି ଶାଢିକୁ ନେଇ ଏହାର ଗୁଣ ଓ ଗରିମା ଉପରେ ଅନ୍ୟମାନଙ୍କୁ ପ୍ରଲୋଭିତ କରିବାର ନିଦର୍ଶନ ମଧ୍ୟ ରହିଛି। ହାବସପୁରୀ କୁଟୀର ଶିଳ୍ପକୁ ଆଗକୁ ନେବା ପାଇଁ ସବୁ ସ୍ତରରେ ଉଦ୍ୟମ ନ ହେଲେ ଏହି ପ୍ରାଚୀନ ପରମ୍ପରା ବିଲୀନ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ଚିଚୈଗୁଡାର ଆନ୍ତର୍ଜାତିକ ଫ୍ୟାଶନ ଡିଜାଇନର ସୁଜିତ କୁମାର ମେହେର ନିଜର ବ୍ୟବସାୟିକ ସଂସ୍ଥା ତିଳୋତ୍ତମା ମାଧ୍ୟମରେ ହାବସପୁରୀ ପାଟଶାଢିକୁ ପୁଣି ଥରେ ଚମକାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏପରି କି କଳାହାଣ୍ଡିର ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍କୁଲ ୟୁନିଫର୍ମରେ ହାବସପୁରୀ କପଡା ବ୍ୟବହାର କରିବା ପାଇଁ କୁଳପତି ସଞ୍ଜୟ କୁମାର ଶତପଥୀ ଘୋଷଣା କରିଛନ୍ତି। କିନ୍ତୁ ଏହି କପଡା ବାହାରୁ ଆସି ହାବସପୁରୀ ନାଁ ଦିଆଯାଉଥିବା ଦେଖାଯାଉଛି। ଏଠାରେ ଉତ୍ପାଦନ କମ ହେଉଥିବା ବେଳେ କେବଳ ଶାଢ଼ି ବୁଣୁଛନ୍ତି। ଗୋଟିଏ ପଟେ ଦ୍ରୁତ ଅର୍ଥନୀତିର ଅଭିବୃଦ୍ଧି ଅନ୍ୟପଟେ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିବା ଭିତରେ ବୁଣାକାରମାନେ ନିଜର ଭବିଷ୍ୟତ ଖୋଜିବାରେ ଲାଗିଛନ୍ତି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri