ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ନିର୍ମାଣଧୀନ ଓଭର ବ୍ରିଜରେ ଏକ ଅଘଟଣ ଘଟିଛି। ଏଠାରେ ଥିବା ଏକ ହାଇଓ୍ବାରେ ବୁଧବାର ବିଦ୍ୟୁତ ତାର ଲାଗି ଜଳଳିଯାଛି। ଫଳରେ ଲକ୍ଷ୍ୟାଧିକ ଟଙ୍କା ନଷ୍ଟ ହୋଇଛି। ଝାରସୁଗୁଡ଼ାରୁ ଏହି ହାଇଓ୍ବାରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ଲାଏଆସ ବୋଝେଇ ଆସିଥିଲା। ଗାଡି ଉପରେ ହଠାତ ବିଦ୍ୟୁତ ତାର ଲାଗିଯିବାରୁ ଡ୍ରାଇଭର ତତ୍‌କ୍ଷଣାତ ଗାଡି ଭିତରୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ଜଣକ ଗୁରୁତର ହୋଇଥିବାରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

‘ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ପଥାନୁସରଣ ପାଇଁ ଆହ୍ବାନ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୁଧବାର ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧିଛକରେ ଆୟୋଜିତ...

ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି

ମାଲକାନଗିରି,୨ା୧୦: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ...

‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି...

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଦିନ ଅବସରରେ ଦାରିଙ୍ଗବାଡ଼ି ଚାରିଛକ ଚଳଚଞ୍ଚଳ ହୋଇପଡ଼ିଛି। ଏହି...

ପରିବେଶ ସ୍ବଚ୍ଛତା ପାଇଁ ବନବିଭାଗ ଦେଲା ମନ୍ତ୍ର

ବ୍ରାହ୍ମଣୀଗାଁ,୨।୧୦(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫାଟେ...

ବିଧବାଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ: ସହାୟତା ପାଇଁ ଦାବି

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ):ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧରେ ୪ ସନ୍ତାନର ବୋଝ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗାଁର ସ୍ବର୍ଗତ ଚୁଡାମଣୀ ସେଲମା...

ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୨।୧୦(ଦୀପକ କୁମାର ପରାସେଠ):ଅକ୍ଟୋବର ମାସ ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri