Categories: ଜାତୀୟ

ଗର୍ଲସ ହଷ୍ଟେଲ ଓ୍ବାଶରୁମରେ ହିଡନ କ୍ୟାମେରା ଲଗାଇବା ପଛରେ ଯୁବତୀଙ୍କ ହାତ! ସାମ୍ନାକୁ ଆସୁଛି ନୂଆ ନୂଆ କଥା

ଅମରାବତୀ,୩୧।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଇଞ୍ଜିନିୟରିଂ କଲେଜର ଗର୍ଲସ ହଷ୍ଟେଲର ୱାଶରୁମରେ ଲୂଚାଇ ରଖାଯାଇଥିବା କ୍ୟାମେରାର ଏକ ମାମଲା ସାମ୍ନାକୁ ଆସିଛି। ୱାଶରୁମରେ ଏକ ଲୁକ୍କାୟିତ କ୍ୟାମେରା ମିଳିବା ପରେ ଏଠାରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ଗୁଦଲାଭାଲେରୁ କଲେଜ ଅଫ ଇଞ୍ଜିନିୟରିଂର। ଏହି ବିଷୟରେ ସୂଚନା ପାଇବା ପରେ ଛାତ୍ରୀମାନେ ବିରୋଧ ଆରମ୍ଭ କରିଥିଲେ। ଏହି ମାମଲାରେ ପୋଲିସ କଲେଜର ବି ଟେକ ଶେଷ ବର୍ଷର ଛାତ୍ର ବିଜୟ କୁମାରଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କ ଫୋନ ଏବଂ ଲାପଟପ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, ଲୁକ୍କାୟିତ କ୍ୟାମେରାରୁ ରେକର୍ଡ ହୋଇଥିବା ଭିଡିଓ ବିକ୍ରି ହେଉଥିଲା। ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଫଟୋ ଓ ଭିଡିଓ ଲିକ ହୋଇଛି।

କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଜଣେ କଲେଜ ଗର୍ଲ ଅଭିଯୁକ୍ତ ବିଜୟଙ୍କୁ ଗର୍ଲସ ହଷ୍ଟେଲର ୱାଶରୁମରେ ଲୁକ୍କାୟିତ କ୍ୟାମେରା ଲଗାଇବାରେ ସାହାଯ୍ୟ କରିଛନ୍ତି। ତେବେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଯୁବତୀଙ୍କ ନାମ ପ୍ରକାଶ କରିନାହିଁ। ଅଭିଯୁକ୍ତ ବିଜୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ବିଷୟରେ ଦାବି ହେଉଛି ଯେ ଅଭିଯୁକ୍ତ ଯୁବତୀ ହେଉଛନ୍ତି ବିଜୟଙ୍କ ଗର୍ଲଫ୍ରେଣ୍ଡ ଏବଂ ସେ ହିଁ କ୍ୟାମେରା ଲୁଚାଇ ଥିଲେ।
ଏହା ବ୍ୟତୀତ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ବିଜୟ ପୂର୍ବରୁ କେବଳ ତାଙ୍କ ଗର୍ଲଫ୍ରେଣ୍ଡର ଏକ ଭିଡିଓ କରିଥିଲେ। ତା’ପରେ ତାଙ୍କୁ ବ୍ଲାକମେଲ କରାଯାଇ ହଷ୍ଟେଲରେ କ୍ୟାମେରା ଲଗାଇବାକୁ କୁହାଯାଇଥିଲା। ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ନାରା ଲୋକେଶ ମଧ୍ୟ ଏହି ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କଲେଜରେ ଛାତ୍ରୀମାନେ ଶୌଚାଳୟରେ ଗୁପ୍ତ କ୍ୟାମେରା ଲଗାଇଥିବା ଅଭିଯୋଗର ତଦନ୍ତ ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ଦୋଷୀ ଏବଂ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଲେଜରେ ଏଭଳି ଘଟଣା ଯେପରି ନହୁଏ ସେଥିପାଇଁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

Share