ମାଲକାନଗିରି,୧୦।୬(ଡି.ଏନ୍.ଏ): ପୁଣି ବିବାଦରେ ମାଲକାନଗିରି ଉପକାରାଗାର।
ଏଠାରେ ଝୁଲନ୍ତା ଅବସ୍ଥାରେ ଜଣେ କଏଦୀଙ୍କ ମୃତଦେହ ଜବତ ହୋଇଛି। ମୃତକ କଏଦୀ ଜଣଙ୍କ ଏମ୍ପିଭି ୩୭ର ବିଧାନ ମିର୍ଦ୍ଧା ବୋଲି ସୂଚନା ରହିଛି। ଏକ ହତ୍ୟା ମାମଲାରେ ମିର୍ଦ୍ଧା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ହତ୍ୟା ଅଭିଯୋଗରେ ସ୍ତ୍ରୀଦ୍-ସ୍ବାମୀ ବିଚାରାଧୀନ କଏଦୀ ଭାବରେ ମାଲକାନଗିରିର ଉପକାରାଗାରରେ ରହୁଥିଲେ। ଶନିବାର ଭୋର ସମୟରେ ଶୌଚ ହେବାକୁ ଯାଇ ଫାଶୀ ଦେଇଥିବା କୁହାଯାଉଥିବା ବେଳେ ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।