ଆମ୍ବଗଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତର ବେଣାମୁଣ୍ଡା ଗ୍ରାମର ମାଟିଆ ମୁଣ୍ଡା ସାହିରେ ରବିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଏକ ଆମ୍ବ ଗଛରୁ ପୋଲିସ ଜବତ କରିଛି। ତାଙ୍କ ନାମ ମିଲୁ ପୂର୍ତ୍ତି ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ବେଣାମୁଣ୍ଡା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ମିଲୁଙ୍କ ବାପା ସିଙ୍ଗା ପୂର୍ତ୍ତିଙ୍କ ଆଠ ବର୍ଷେ ମୃତ୍ୟୁ ପରେ ତାଙ୍କ ଭାଇ ଓ ମା ଙ୍କ ସହିତ ରହୁଥିଲେ। ମା’ ଗୋଲାପ କାମଧନ୍ଦା କରି ବହୁ କଷ୍ଟରେ ଦୁଇ ପୁଅକୁ ଚଳାଇଆସୁଥିଲେ। ତେବେ କେଉଁ କାରଣରୁ ମିଲୁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। ଆଜି ଗାମୁଛାରେ ଝୁଲିଥିବା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲ ପଠାଇଛି।

Share